ଭୁବନେଶ୍ୱର: ଦୁଇ ଦିନ ତଳେ ଦୟାନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଅବିନାଶଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ଖୋଜିବା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁତ ସମୟ ଖୋଜାଖୋଜି କରିବା ପରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ।
ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ଦୟାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଯୁବ ବ୍ୟବସାୟୀ ଅବିନାଶ ଦାଶ ।