ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

ଯଶିପୁର: ଦିନ ଦ୍ବିପହରେ ଗୁଳି ଫୁଟାଇ ସିଏସସିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଯଶିପୁର ଥାନା ଅଞ୍ଚଳ ଯଶିପୁର-ରରୁଆଁ ମୁଖ୍ୟ ରାସ୍ତାର ମଣଦା ଠାରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ, ପଂଜାବ ନ୍ୟାସନାଲ ବ୍ୟାଙ୍କର ଅନୁମୋଦନ ପାଇଥିବା କମନ ସର୍ଭିସ ସେଣ୍ଟର(ସିଏସସି)ର ବ୍ୟବସାୟ ସହାୟକ ତଥା ବ୍ୟାଙ୍କ ମିତ୍ର ପ୍ରଦୀପ ମହାନ୍ତ ଆଜି ଦିନ ୧.୩୦ ସମୟରେ ତାଙ୍କ ସହାୟତା କେନ୍ଦ୍ରରେ ବସିଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ଫାଙ୍କା ଗୁଳି ଚାଳନା କରି ତାଙ୍କ ଠାରୁ ଆନୁମାନିକ ୨ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଯଶିପୁର ଥାନା ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ତେବେ କିଛି ଦିନ ପୂର୍ବରୁ ଏଠାରେ ଏପରି ଏକ ଲୁଟ୍ ହୋଇଥିବାବେଳେ ପୁଣି ଆଜି ଟଙ୍କା ଲୁଟ ଘଟଣା ଯଶିପୁର ଥାନା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

About The Author: Madhusudan Das