ପ୍ରେମିକାକୁ ଦୁଷ୍କର୍ମ; ରଙ୍ଗମିସ୍ତ୍ରୀ ଗିରଫ

ଭୁବନେଶ୍ବର : ପ୍ରେମିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ମହିଳା ଥାନା ପୁଲିସ ଜଣେ ରଙ୍ଗମିସ୍ତିକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ରାକେଶ କୁମାର ନାୟକ(୨୭) । ସୂଚନା ଅନୁଯାୟୀ, ଅଭିଯୁକ୍ତ ରାକେଶ ରଙ୍ଗମିସ୍ତ୍ରୀ ଭାବେ କାମ ଚଳନ୍ତି । ଗତବର୍ଷ ସେ କାକଟପୁର ଅଞ୍ଚଳରେ ରଙ୍ଗ କାମ କରୁଥିଲା । ଏହି ସମୟରେ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲା। ପରେ ରାକେଶ ତାଙ୍କୁ ଶାରୀରିକ ସମ୍ପର୍କ ରଖୁବା […]

ଭୁବନେଶ୍ବର : ପ୍ରେମିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ମହିଳା ଥାନା ପୁଲିସ ଜଣେ ରଙ୍ଗମିସ୍ତିକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ରାକେଶ କୁମାର ନାୟକ(୨୭) । ସୂଚନା ଅନୁଯାୟୀ, ଅଭିଯୁକ୍ତ ରାକେଶ ରଙ୍ଗମିସ୍ତ୍ରୀ ଭାବେ କାମ ଚଳନ୍ତି । ଗତବର୍ଷ ସେ କାକଟପୁର ଅଞ୍ଚଳରେ ରଙ୍ଗ କାମ କରୁଥିଲା । ଏହି ସମୟରେ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲା। ପରେ ରାକେଶ ତାଙ୍କୁ ଶାରୀରିକ ସମ୍ପର୍କ ରଖୁବା ପାଇଁ ବାଧ୍ୟ କରିଆସୁଥିଲେ।

ଗତ ମାର୍ଚ୍ଚ ମାସରେ ସମ୍ପୃକ୍ତ ଯୁବତୀଙ୍କୁ ରାକେଶ ଡାକି ଜୋର୍ ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ସେଠାରୁ ଖସିଆସି ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଖବରପାଇ ରାକେଶ ଫେରାର୍ ହୋଇଯାଇଥିଲା | ଗତ ଗୁରୁବାର ରାକେଶକୁ ପୁଲିସ ଗିରଫ କରିଛି।

About The Author: The Sakala