ଭୁବନେଶ୍ବର : ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ନୀତି ଶେଖରଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନୀତି ଶେଖର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର । ଅତିରିକ୍ତ କମିଶନର ଥିବା ରେଖା ଲୋହାନିଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି । ମହିଳା ଓ ଶିଶୁ ଅପରାଧ ଶାଖାର ଏଡିଜି ହୋଇଛନ୍ତି ରେଖା ଲୋହାନି ।
ଏହା ପୂର୍ବରୁ ୨୯ ତାରିଖରେ ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିଲା। ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇ ଆଇଜି ପାହ୍ୟାକୁ ଉଠିଥିବା ବେଳେ ୨୦୦୮ ବ୍ୟାଚର ଆଇପିଏସ୍ ଅଫିସର ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ ଡିଆଇଜି ଭାବେ ପଦୋନ୍ନତି ପାଇଥିଲେ।