ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି, ବ୍ୟବସ୍ଥାବଳୀରେ ବାଜିବ ମୋହର

ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ନୀଳାଦ୍ରି ଭକ୍ତନିବାସ ପରିସରରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ହେବ। ଏଥିସହ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ତାହାକୁ ଅନୁମୋଦନ କରାଯିବ। ସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି। ତେଣୁ ବୈଠକରେ ରଥଯାତ୍ରା, ହେରାପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ, […]

ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ନୀଳାଦ୍ରି ଭକ୍ତନିବାସ ପରିସରରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ହେବ। ଏଥିସହ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ତାହାକୁ ଅନୁମୋଦନ କରାଯିବ। ସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି।

ତେଣୁ ବୈଠକରେ ରଥଯାତ୍ରା, ହେରାପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏବର୍ଷ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି କିପରି ନିର୍ଘଣ୍ଟ ସମୟରେ ସମ୍ପନ୍ନ ହେବ, ତାହା ଉପରେ ଆଲୋଚନା ହେବ। ସେହିପରି ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯିବ। ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ସେବାୟତ ଏବଂ କର୍ମଚାରୀମାନେ କାମ କରିବେ। ଏଥିରେ ଯାହା ଉଲ୍ଲେଖ ରହିବ, ତାହାକୁ ଯେପରି କୌଣସି ସେବାୟତ କିମ୍ବା କର୍ମଚାରୀ ଉଲ୍ଲଂଘନ ନ କରିବେ, ତା’ ଉପରେ ଗୁରୁତ୍ୱ ଦିଆଯିବ।

 

About The Author: The Sakala