ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

ବାରିପଦା: ଲଗାଣ ବର୍ଷା ହେଲା କାଳ, ମାଟିକାନ୍ଥ ପଡି ଚାଲିଗଲା ମହିଳାଙ୍କ ଜୀବନ । ଭାରି ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ମାଟିଘର କାନ୍ଥ ପଡିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ହେଲେ ବାଙ୍ଗିରିପୋଷି ଶ୍ୟାମସୁନ୍ଦର ପଞ୍ଚାୟତ, ଭୁଲାଣପୁରର ଶୁକଲାଲ ସିଂଙ୍କ ପତ୍ନୀ ଲକ୍ଷ୍ମୀ ସିଂ । ସେ ଘରୁ ଆସବାବପତ୍ର ବାହାର କରୁଥିବା ସମୟରେ କାନ୍ଥ ଦବି ଘରଟି ତାଙ୍କ ଉପରେ ପଡିଯିବାରୁ ମୃତ୍ୟୁ ଘଟିଛି । ସକାଳୁ ଏହି ଘଟଣା ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଞ୍ଚି  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ୩୦୨.୯ମିମି ବର୍ଷା ରେକର୍ଡ ହୋଇଛି ।

About The Author: Madhusudan Das