ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା: ସୋମବାର ବାରିପଦା ମଣ୍ଡଳ କାରାଗାରରେ ଏକ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାରିପଦା ଟାଉନ ଥାନା ବାବୁ ସାହିର ଶଙ୍କୁ ରାଏ (୨୭)। ୨୦୨୧ ଜାନୁଆରୀ ମାସରେ ଯୌତୁକ ଜନିତ ପତ୍ନୀ ହତ୍ୟା ଘଟଣାରେ ସ୍ୱାମୀ ସମେତ ଶାଶୁ, ଶ୍ୱଶୁର ଓ ଦିଅର ବିଚାରାଧୀନ କଏଦୀ ଭାବେ ରହିଥିଲେ। ସୋମବାର ଦିନ ୧ଟା ସମୟରେ ଖାଇପିଇ ବିଶ୍ରାମ ନେବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କାରଗାର ପକ୍ଷରୁ ଚିକିତ୍ସା କରୁଥିବା […]

ବାରିପଦା: ସୋମବାର ବାରିପଦା ମଣ୍ଡଳ କାରାଗାରରେ ଏକ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାରିପଦା ଟାଉନ ଥାନା ବାବୁ ସାହିର ଶଙ୍କୁ ରାଏ (୨୭)। ୨୦୨୧ ଜାନୁଆରୀ ମାସରେ ଯୌତୁକ ଜନିତ ପତ୍ନୀ ହତ୍ୟା ଘଟଣାରେ ସ୍ୱାମୀ ସମେତ ଶାଶୁ, ଶ୍ୱଶୁର ଓ ଦିଅର ବିଚାରାଧୀନ କଏଦୀ ଭାବେ ରହିଥିଲେ। ସୋମବାର ଦିନ ୧ଟା ସମୟରେ ଖାଇପିଇ ବିଶ୍ରାମ ନେବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କାରଗାର ପକ୍ଷରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ପିଆରଏମ୍‍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରୁଛି।

About The Author: The Sakala