ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କରଞ୍ଜିଆ ଗସ୍ତ

କରଞ୍ଜିଆ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ସେ କରଞ୍ଜିଆରେ ପହଂଚି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନି କକ୍ଷରେ ଦେଓ ବନ୍ଧ, ଉଠାଜଳ ସେଚନ ବିଭାଗ, ଏମ ଆଇ, ଆର ଡି, ଆର ଦୋବ୍ଲୁ ଏସ ଏସ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ପରେ ସେ ସାମ୍ବାଦିକ ମାନଙ୍କୁ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥବା […]

କରଞ୍ଜିଆ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ସେ କରଞ୍ଜିଆରେ ପହଂଚି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନି କକ୍ଷରେ ଦେଓ ବନ୍ଧ, ଉଠାଜଳ ସେଚନ ବିଭାଗ, ଏମ ଆଇ, ଆର ଡି, ଆର ଦୋବ୍ଲୁ ଏସ ଏସ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ପରେ ସେ ସାମ୍ବାଦିକ ମାନଙ୍କୁ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥବା ବେଳେ କେନାଲ କାର୍ଯ୍ୟ ଜୋରସୋରରେ ଚାଲିଛି, ଏଥର ଖରିଫ୍ ଏବଂ ରଵି ଋତୁରେ ପୁର୍ଣ୍ଣ ମାତ୍ରାରେ ଜଳସେଚନ କରାଯିବ।

ଏହା ଛଡ଼ା ଦେଓ ନଦୀ ବନ୍ଧକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସେଠାରେ ୧୦ କଟେଜ ଥିବା ଇକୋ କ୍ୟାମ୍ପ ନିର୍ମାଣ କରି ପରିଦର୍ଶକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । ସେଠାରେ ନୌକା ଚାଳନା ଜଳସେଚନ ବିଭାଗ ଦ୍ଵାରା କରାଯିବ ବୋଲି ମଧ୍ୟ କହିଥିଲେ। ସେଠାରୁ ସେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅଭିମୁଖେ ଯାଇ ସ୍ଥିତି ସମୀକ୍ଷା କରିବା ସହ ନଅଣା ଠାରେ ଇକୋ ପର୍ଯ୍ୟଟନ କଟେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଚହଲା ଠାରେ ରାତ୍ରୀ ଯାପନ କରିବେ ।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଵିନିତ ଭରଦ୍ୱାଜ, ଏସପି, ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ହରିହର ବେହେରା, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ, ଦେଓ ମୁଖ୍ୟନିର୍ମାଣ ଯନ୍ତ୍ରୀ ପ୍ରଶ୍ନ କୁମାର ପାଣି, ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ, ତହସିଲଦାର ଚାର୍ଲସ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଓଢା, ଆର ଡବଲୁ ଏସ ଏସ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରତ୍ନାକର ଶିଆଲ, ବାରିପଦା ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର, କରଞ୍ଜିଆ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ, ଆର ଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ନାୟକ, ସହକାରୀ ଯନ୍ତ୍ରୀ ସଂଜିତ କୁମାର ନାଏକ ତଥା ଅନ୍ୟାନ୍ୟ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

About The Author: The Sakala