ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା, ୨୦ଆହାତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଦୁର୍ଘଟଣ। । ଅନୁଗୁଳରୁ ଏକ ରିଜର୍ଭ ବସ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିଲା। ଫଳରେ ବସର ସମ୍ମୁଖଭାଗ ନଷ୍ଟ ହେଇ ଯାଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ସେହିପରି ବସରେ ଥିବା ୨୦ ଯାତ୍ରୀ ସାମାନ୍ୟ ଆହତ ହେଇ ଥିବା ବେଳେ ବଡ଼ ଦୁର୍ଘଟଣରୁ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ବାଙ୍ଗିରିପୋଷି […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଦୁର୍ଘଟଣ। । ଅନୁଗୁଳରୁ ଏକ ରିଜର୍ଭ ବସ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିଲା। ଫଳରେ ବସର ସମ୍ମୁଖଭାଗ ନଷ୍ଟ ହେଇ ଯାଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ବସରେ ଥିବା ୨୦ ଯାତ୍ରୀ ସାମାନ୍ୟ ଆହତ ହେଇ ଥିବା ବେଳେ ବଡ଼ ଦୁର୍ଘଟଣରୁ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ତଦନ୍ତ ପୂର୍ବକ ଉଦ୍ଧାର କାର୍ଯ୍ୟ ଜାରିରଖିଛି । ସମସ୍ତ ଆହତ ଯାତ୍ରୀଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଇଦ ପର୍ବ ପାଳନ ପାଇଁ ଶ୍ରମିକ ମାନେ ନିଜ ଘରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

About The Author: The Sakala