ବାରିପଦା: ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି। ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି।
ସମ୍ପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୫ଟି ଲୁଗା ଦୋକାନ, ବାସଗୃହ, ପେଟ୍ରୋଲ ପମ୍ପ, କଲ୍ୟାଣ ମଣ୍ଡପ, ଅଟୋପାର୍ଟସ ଦୋକାନ ଆଦିରେ ଏକ ସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି। ଏଥିରେ ମୟୁରଭଞ୍ଜ ଓ ବାଲେଶ୍ଵର ଜିଏସଟି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲାର ଡେପୁଟି କମିଶନର କହିଛନ୍ତି।