ଘଉଡାଇବା ସମୟରେ ବନରକ୍ଷୀଙ୍କୁ ଦଳି ଚକଟି ମାରିଦେଲା ଦନ୍ତାହାତୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ହାତୀ ଆକ୍ରମଣରେ ଜଣେ ବନରକ୍ଷୀଙ୍କର ମୃତ୍ୟୁ ଘଟିଛି । ରେଞ୍ଜ ଅଧିକାରିଣୀ ମିତା ମହାନ୍ତିଙ୍କ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଉଁଶୁଳି ଗ୍ରାମରେ ହାତୀକୁ ଘଉଡାଇବା ସମୟରେ ବନରକ୍ଷୀ ଚନ୍ଦ୍ରକାନ୍ତ ରାଉତ (୪୦) ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଦଳି ଦେଇଥିଲା। ବନରକ୍ଷୀ ଗୁରୁତର ହେବାରୁ ତାଙ୍କୁ ପିଆରଏମ ମେଡିକାଲକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରାଉତଙ୍କ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ହାତୀ ଆକ୍ରମଣରେ ଜଣେ ବନରକ୍ଷୀଙ୍କର ମୃତ୍ୟୁ ଘଟିଛି । ରେଞ୍ଜ ଅଧିକାରିଣୀ ମିତା ମହାନ୍ତିଙ୍କ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଉଁଶୁଳି ଗ୍ରାମରେ ହାତୀକୁ ଘଉଡାଇବା ସମୟରେ ବନରକ୍ଷୀ ଚନ୍ଦ୍ରକାନ୍ତ ରାଉତ (୪୦) ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଦଳି ଦେଇଥିଲା। ବନରକ୍ଷୀ ଗୁରୁତର ହେବାରୁ ତାଙ୍କୁ ପିଆରଏମ ମେଡିକାଲକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରାଉତଙ୍କ ନିଜ ଘର ଉଦଳାରେ ବୋଲି ଜଣା ପଡ଼ିଛି।

କିଛି ବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଧମୁନାହିଁ। ଦୀର୍ଘ ମାସ ହେଲାଣି ଚିନ୍ତା ବଢେଇ ଦେଇଛନ୍ତି ହାତୀପଲ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ, ଆଉ କେତେବେଳେ ଘର ଭାଙ୍ଗୁଛନ୍ତି ହାତୀପଲ। ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାସଗୋବିନ୍ଦପୁର ବ୍ଲକରେ ମୁଖ୍ୟ ସମସ୍ୟା ପାଲଟିଛି ହାତୀ ଉପଦ୍ରବ। ବନଭିଭାଗର ବହୁ ଉଦ୍ୟମ ପରେ ମଧ୍ୟ ଝାଡଖଣ୍ଡି ହାତୀ ପଲକୁ ଘଉଡେଇବାରେ ସଫଳତା ମିଳୁନାହିଁ।

About The Author: The Sakala