ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ। ଆଉ ଲଢେଇର ଭିଡ଼ିଓ ଟ୍ୱିଟ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର ଟି୩୫ ଓ ଟି୩୧ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ବାଘ ନିଜ ଅଞ୍ଚଳରେ ନିଜର ଆଧିପତ୍ୟ ଅଧିକାରକୁ ସାବ୍ୟସ୍ତ କରିବା ନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡ଼ଃ ଗୋଗିନେନୀ କହିଛନ୍ତି। ଲଢେଇରେ ମୁଣ୍ଡରେ କଳା ଚିନ୍ହ ଥିବା ମହାବଳର ବିଜୟ ହୋଇଛି ବୋଲି ଜଣାପଡିଛି। ଆଉ ଏ ଦୃଶ୍ୟ ମଧ୍ୟ ବେଶ ନିଆରା ଅଟେ। ଯାହାକି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ ବେଳେ ସମ୍ମୁଖକୁ ଆସିଥିବା ବେଳେ କର୍ମଚାରୀ ଏହାକୁ ଭିଡ଼ିଓରେ କଏଦ କରିଛନ୍ତି।
ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ। ଆଉ ଲଢେଇର ଭିଡ଼ିଓ ଟ୍ୱିଟ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର ଟି୩୫ ଓ ଟି୩୧ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ବାଘ ନିଜ ଅଞ୍ଚଳରେ ନିଜର ଆଧିପତ୍ୟ ଅଧିକାରକୁ ସାବ୍ୟସ୍ତ କରିବା ନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡ଼ଃ […]