ଦିନ ଦ୍ବିପ୍ରହରରେ ସ୍କୁଟି ଡିକିଭାଙ୍ଗି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍‌, ସିସିଟିଭିରେ କଏଦ ହେଲା ଲୁଟର ସମ୍ପୂର୍ଣ୍ଣ ଦୃଶ୍ଯ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରୁ ସ୍ପଷ୍ଟ ଦିବାଲୋକରେ ସ୍କୁଟି ଡିକି ଭାଙ୍ଗି ଲୁଟିନେଲେ ଏକଲକ୍ଷ ଚାଳିଶ ହଜାର ଟଙ୍କା। ସୂଚନା ମୁତାବକ ବୈଶିଙ୍ଗା ଅଞ୍ଚଳର ରବି ନାରାୟଣ ପଣ୍ଡା ନିଜର ସ୍କୁଟି ଓଡି-୧୧-ଆର-୭୩୯୧ ଯୋଗେ ପ୍ରଥମେ ବ୍ୟାଙ୍କ ଆସି ଟଙ୍କା ଉଠାଇବା ପରେ ବୈଶିଙ୍ଗା -ରୁପ୍ସା ରାସ୍ତାର ବ୍ୟବସାୟୀ ବିଶ୍ୱକର୍ମା ଟ୍ରେଡ଼ର୍ସର ମାଲିକଙ୍କ ନିକଟକୁ ଦେଢ଼ଲକ୍ଷ ଟଙ୍କା ଦେବାକୁ ଯାଇଥିବା ବେଳେ ବାକି ଦେଢ଼ଲକ୍ଷ ଟଙ୍କା ସ୍କୁଟି ଡିକିରେ ରଖିଦେଇଥିଲେ। ତେବେ ବ୍ୟାଙ୍କରୁ ପିଛା କରୁଥିବା […]

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରୁ ସ୍ପଷ୍ଟ ଦିବାଲୋକରେ ସ୍କୁଟି ଡିକି ଭାଙ୍ଗି ଲୁଟିନେଲେ ଏକଲକ୍ଷ ଚାଳିଶ ହଜାର ଟଙ୍କା। ସୂଚନା ମୁତାବକ ବୈଶିଙ୍ଗା ଅଞ୍ଚଳର ରବି ନାରାୟଣ ପଣ୍ଡା ନିଜର ସ୍କୁଟି ଓଡି-୧୧-ଆର-୭୩୯୧ ଯୋଗେ ପ୍ରଥମେ ବ୍ୟାଙ୍କ ଆସି ଟଙ୍କା ଉଠାଇବା ପରେ ବୈଶିଙ୍ଗା -ରୁପ୍ସା ରାସ୍ତାର ବ୍ୟବସାୟୀ ବିଶ୍ୱକର୍ମା ଟ୍ରେଡ଼ର୍ସର ମାଲିକଙ୍କ ନିକଟକୁ ଦେଢ଼ଲକ୍ଷ ଟଙ୍କା ଦେବାକୁ ଯାଇଥିବା ବେଳେ ବାକି ଦେଢ଼ଲକ୍ଷ ଟଙ୍କା ସ୍କୁଟି ଡିକିରେ ରଖିଦେଇଥିଲେ। ତେବେ ବ୍ୟାଙ୍କରୁ ପିଛା କରୁଥିବା ସନ୍ଦିଗ୍ଧ ଯୁବକମାନେ ଏକ କେଟିଏମ ବାଇକରେ ଆସି ଆଖି ପିଛୁଳାକେ ସ୍କୁଟି ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ତରବରରେ ଦଶ ହଜାରେ ଟଙ୍କା ପକେଇ ଦେଇଥିବା ବେଳେ ବାକି ଲକ୍ଷେ ଚାଳିଶ ହଜାରେ ଟଙ୍କା ନେଇଯାଇଥିଲେ। ସଙ୍ଗେସଙ୍ଗେ ସାମ୍ବାଦିକ ଦୀପକ କୁମାର ସିଂହ ଲୁଟେରା ମାନଙ୍କର କାରଯୋଗେ ପିଛା କରିଥିଲେ। ତେବେ ଲୁଟେରା ମାନେ ପ୍ରଥମେ ବାଲେଶ୍ୱର ଅଭିମୁଖେ ଆସି ନଛିପୁରିଆ ଛକରେ ପଶିଯାଇ ମହୁରୀ ଛକ ହୋଇ ରୁପ୍ସା ଅଭିମୁଖେ ପଳାଇଥିଲେ। ତେବେ ସେମାନଙ୍କୁ ପିଛା କରାଯାଉଥିବାର ଜାଣି ସେମାନେ ପଣଶିଆ ଛକରୁ ଅଁଳା ରାସ୍ତାରେ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ସ୍କୁଟି ପାଖକୁ ଆସି ଡିକି ଭାଙ୍ଗି ଟଙ୍କା ଲୁଟ କରି ଫେରାର ହେବା ପର୍ଯ୍ୟନ୍ତ ସମସ୍ତ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

About The Author: The Sakala