ବାଇକ୍- ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନ ଅନ୍ତର୍ଗତ ନୂଆଁ ଗାଁ ଆଶ୍ରମ ସ୍କୁଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଓ ବୋଲେରୋ ମୁହାଁମାହିଁ ଧକ୍କା ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଯୁବକ ଜଣଙ୍କ ପାଣିଜିଆ ଗାଁର ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ ବୋଲେର ଗାଡ଼ିକୁ ଭଙ୍ଗା ରୁଜ୍ଜା କରିବା ସହ ଉତ୍ତେଜନା […]

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନ ଅନ୍ତର୍ଗତ ନୂଆଁ ଗାଁ ଆଶ୍ରମ ସ୍କୁଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଓ ବୋଲେରୋ ମୁହାଁମାହିଁ ଧକ୍କା ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଯୁବକ ଜଣଙ୍କ ପାଣିଜିଆ ଗାଁର ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ ବୋଲେର ଗାଡ଼ିକୁ ଭଙ୍ଗା ରୁଜ୍ଜା କରିବା ସହ ଉତ୍ତେଜନା ଜାରି ରହିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଏପଟେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ।

About The Author: The Sakala