ମୟୂରଭଞ୍ଜ: ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ

ବାରିପଦା: ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ (ଡିଏସ ଆର୍)କୁ ତୃଟିପୂର୍ଣ୍ଣ ଦର୍ଶାଇଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଫଳରେ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ପ୍ରତିବନ୍ଧକ ଲାଗିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି)ରେ ମାମଲା ଦାୟର କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, […]

ବାରିପଦା: ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ (ଡିଏସ ଆର୍)କୁ ତୃଟିପୂର୍ଣ୍ଣ ଦର୍ଶାଇଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଫଳରେ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ପ୍ରତିବନ୍ଧକ ଲାଗିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି)ରେ ମାମଲା ଦାୟର କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା, ମଧୁନଣ୍ଡା ଓ ଡେଁଫୌଦା ବାଲି ସୌରାତକୁ ୫ବର୍ଷ ପାଇଁ ନିଲାମ ଲାଗି ୨୦୨୪ ଜୁନ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତିରେ ଏହି ଉତ୍ସ ୫ହେକ୍ଟରରୁ କମ ବୋଲି ଉଲ୍ଲେଖ କରାଯାଇଥିଲା । ଅନ୍ତରୀଣ ଜିଲ୍ଲା ସର୍ଭେ ରିପୋର୍ଟରେ ଏହା ୫.୦୧ହେକ୍ଟର ବୋଲି ଉଲ୍ଲେଖ ରହିଛି । ଇତି ମଧ୍ୟରେ ସଂଶୋଧିତ ଜିଲ୍ଲା ସର୍ଭେ ରିପୋର୍ଟ ମୟୂରଭଞ୍ଜ ଜିଲ୍ଲାପାଳ ଉପସ୍ଥାପନ କରିଥିବା ବେଳେ ଏସଇଆଇଏଏ ମଧ୍ୟ ଏହି ପ୍ରସଙ୍ଗରେ ଅନୁମୋଦନ ଦେଇନାହାଁନ୍ତି ବୋଲି ଦର୍ଶାଇ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲରେ ମାମଲା ରୁଜୁ କରାଯାଇଥିଲା ।

ଖଣିଜ ଲିଜ୍ ପୂର୍ବରୁ ଡିଏସଆର ବାଧ୍ୟତାମୂଳକ ଓ ଡିଏସଆରର ଅନୁପସ୍ଥିତିରେ ଜୁନ ୨୦ତାରିଖରେ ପ୍ରକାଶିତ ନିଲାମ ନୋଟିସ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା । ଅଗଷ୍ଟ ୮ତାରିଖ ୨୦୨୪ ରେ ଏହି ମାମଲାର ଶୁଣାଣି ଜୁଡିସିଆଲ ସେକ୍ସନ ଜଷ୍ଟିସ ବି. ଷ୍ଟାଲକର ଏବଂ ଏକ୍ସପୋର୍ଟ ମେମ୍ବର ଅରୁଣ କୁମାର ବର୍ମାଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାର ଶୁଣାଣି କରି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପୂର୍ବରୁ ୨୨/୪/୨୦୨୨ରେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲରେ (ଏନଜିଟି)ର ଦ୍ବାରସ୍ଥ ହୋଇଥିଲେ ଏବଂ ୨୦୨୨ ଅଗଷ୍ଟ ୨୬ରେ ଏନଜିଟି ସେହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି ‘ରାଜ୍ୟ ପରିବେଶ ପ୍ରଭାବ ଆକଳନ’ କର୍ତ୍ତୃପକ୍ଷ କମିଟିର ଚୁଡାନ୍ତ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ନିର୍ଦ୍ଦେଶନାମାରେ ଦିର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଅନ୍ତରିଣ ଜିଲ୍ଲା ସର୍ଭେ ରିପୋର୍ଟକୁ କିଭଳି ଭାବରେ କାର୍ଯ୍ୟକାରୀ କରି ‘ରାଜ୍ୟ ପରିବେଶ ପ୍ରଭାବ ଆକଳନ’ କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମୋଦନ କରାଯାଇ କାର୍ଯ୍ୟକ୍ଷମ କରାଯିବା ସମ୍ବନ୍ଧରେ ବିଶେଷ ପଦକ୍ଷେପ ନିଆଯାଇଥିବା ଜଣାପଡୁନାହିଁ । ଅଗଷ୍ଟ ୮ତାରିଖରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ରାୟ ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନକୁ ଘୋର ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଛି । ଜିଲ୍ଲାର କାର୍ଯ୍ୟ କରାଯାଇଥିବା ଅନେକ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି କରିଛି। ମାମଲାକୁ ଆବେଦନକାରୀଙ୍କ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଥିଲେ ।

About The Author: The Sakala