ରାସଗୋବିନ୍ଦପୁର: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଯୁବକ ହେଲେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ମତିଲାଲ ମହାନ୍ତଙ୍କ ପୁଅ ଦେବେନ୍ଦ୍ର ମହାନ୍ତ (୩୪)। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ନିର୍ଦେଶ କ୍ରମେ ବଡାମପୁର ଫାଣ୍ଡି ଅଧିକାରୀ ଅବିନାଶ ସାହାଣୀ ଏବଂ ନନ୍ଦ କିଶୋର ସାହୁଙ୍କ ମିଳିତ ଉଦ୍ୟମରେ ସୋମବାର ରାତି ୧୨ଟାରେ ଅଁଳା ମଦ କାଉଣ୍ଟର ପାଖରୁ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକଙ୍କ ନାମରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଛି। ପୁଲିସ ୧୮୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ ଦୁଇ ସନ୍ତାନର ପିତା ହୋଇ ଅନ୍ୟ ଏକ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରହି ବ୍ଲାକମେଲିଂ କରୁଥିଲା।ତାକୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲା । ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ପରେ ଝିଅ ନିଜେ ଥାନରେ ଅଭିଯୋଗ କରିବାରୁ ପୁଲିସ ଉପରୋକ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି।
ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ
ରାସଗୋବିନ୍ଦପୁର: ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଯୁବକ ହେଲେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ମତିଲାଲ ମହାନ୍ତଙ୍କ ପୁଅ ଦେବେନ୍ଦ୍ର ମହାନ୍ତ (୩୪)। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ନିର୍ଦେଶ କ୍ରମେ ବଡାମପୁର ଫାଣ୍ଡି ଅଧିକାରୀ ଅବିନାଶ ସାହାଣୀ ଏବଂ ନନ୍ଦ କିଶୋର ସାହୁଙ୍କ ମିଳିତ ଉଦ୍ୟମରେ ସୋମବାର ରାତି ୧୨ଟାରେ ଅଁଳା ମଦ କାଉଣ୍ଟର ପାଖରୁ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକଙ୍କ ନାମରେ […]