ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ତିନି ଠାକୁର

ବାରିପଦା:  ପରମ୍ପରା ଅନୁଯାୟୀ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରବିବାର ତିନିଦିଅଁଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ଶେଷ ହୋଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ କରିଛନ୍ତି । ସକାଳେ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ଜଗନ୍ନାଥ ମାଉସୀ ମା’ ମନ୍ଦିରକୁ ବଡ଼ଭାଇ ଓ ସୁନାନାକି ଭଉଣୀଙ୍କୁ ସାଙ୍ଗରେ ଆଣିଥିବା ବେଳେ ସମସ୍ତ ସରଞ୍ଜାମ ଓ ସେବାୟତଙ୍କୁ ଧରି ଆସିଛନ୍ତି […]

ବାରିପଦା:  ପରମ୍ପରା ଅନୁଯାୟୀ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରବିବାର ତିନିଦିଅଁଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ଶେଷ ହୋଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ କରିଛନ୍ତି । ସକାଳେ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।
ଜଗନ୍ନାଥ ମାଉସୀ ମା’ ମନ୍ଦିରକୁ ବଡ଼ଭାଇ ଓ ସୁନାନାକି ଭଉଣୀଙ୍କୁ ସାଙ୍ଗରେ ଆଣିଥିବା ବେଳେ ସମସ୍ତ ସରଞ୍ଜାମ ଓ ସେବାୟତଙ୍କୁ ଧରି ଆସିଛନ୍ତି । ରୋଷେଇ ସାମଗ୍ରୀ, ଖଟ, ମସିଣା, ବାସନକୁସନ, ଛତ୍ରଚାମର, କାହଳୀ ଓ ରଣସିଂହ ସହିତ ରାଜକୀୟ ପରିପାଟୀରେ ନିଜର ୪ଜଣପୂଜାରୀ, ୬-୬ଜଣ ଟହଲିଆ ଓ ସୁପକାରଙ୍କ ସମେତ ଦୈନିକ ୧୨୦ ସେବାୟତ ପହଞ୍ଚିଛି ସେବା ସମ୍ପନ୍ନ କରୁଛନ୍ତି । ଆଜି ଠାରୁ ୫ଦିନ ବିଭିନ୍ନ ଦିବସରେ ପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ ।

ନିୟମାନୁସାରେ ପ୍ରଥମ ଦିନ ବୁଧବାର ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଅଧାବାଟରେ ଅଟକିଥିବା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇଥିଲେ । ଗୁରୁବାର ସୁଭ୍ରଦା ରଥ ଟଣା ସମୟରେ ପ୍ରବଳ ବର୍ଷା ସ୍ୱତ୍ତେ ଦୂରଦୂରାନ୍ତରୁ ଆସିଥିବା ମହିଳା ପ୍ରବଳ ଉତ୍ସାହରେ ରଥଟାଣିଥିଲେ ୩ଟା ୩୫ ମିନିଟରେ ରଥ ମାଉସୀମା ମନ୍ଦିର ପହଞ୍ଚିଥିଲା । ଏହାପରେ ୪ଟା ମିନିଟରେ ଗୁଣ୍ଡିଚାଯାତ୍ରା ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଜଗନ୍ନାଥଙ୍କର । ଭକ୍ତମାନେ ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ଲକ୍ଷାଧିକ ଭକ୍ତ ରଥ ଦଉଡିକୁ ଆନନ୍ଦର ସହ ଟାଣି ମାଉସୀ ମା’ଙ୍କ ମନ୍ଦିର ନିକଟରେ ସନ୍ଧ୍ୟା ୬ଟା ୨୦ମିନିଟରେ ପହଞ୍ଚାଇଥିଲେ ।

ରାତିରେ ଗୋଟି ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ମାଉସୀ ମା’ ମନ୍ଦିରକୁ ନିଆଯିବା ପରେ ଆଡପ ମଣ୍ଡପ ବିଜେ ହୋଇଥିଲେ । ପ୍ରଥମ ଦିନଠାରୁ ଗତକାଲି ଭକ୍ତଙ୍କ ସମାଗମ ଯଥେଷ୍ଟ ଅଧିକ ରହିଥିଲା । ପରମ୍ପରା ଅନୁଯାୟୀ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଉପରୁ ଶ୍ରଦ୍ଧା(ଗୁଡ଼) ଲଡୁ ପିଙ୍ଗା ଯିବା ସମୟରେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନ, ସାଙ୍ଗକୁ ପାନୀୟଜଳ ବିତରଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କ, ଦମକଳ, ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା । ସଂସ୍କୃତି ବିଭାଗ ଓ ସୂଚନା ଓ ଜନ ସମ୍ପର୍କ ବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଧାରାବିବରଣୀ ପ୍ରଦାନରେ ଜିଲାର ମାନ୍ୟଗନ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିବା ବେଳେ ରଥ ଉପରୁ ଭାଗବତ ପଣ୍ଡା ଧବରଣୀ ଦେଇଥିଲେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲାପ୍ରଶାସନର ସମସ୍ତ ଅଧିକାରୀଗଣ ଉପସ୍ଥିତ ରହିଥିଲେ । ବଡ଼ଦାଣ୍ଡରେ ସାଧା ପୋଷାକଧାରୀ ପୁଲିସ, ସିସି କେମେରା ଓ ୱାଚ ଟାୱାର ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମହରାଜା ପ୍ରବୀଣ ଭଞ୍ଜଦେଓ, ମହରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ଏସଡ଼ିସିର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପନଗରପାଳ ସୀମାଦାସଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଓ କାଉନସିଲରଗଣ ଉପସ୍ଥିତ ରହିଥିଲେ । ଶାନ୍ତିଶୃଙ୍ଖଳା ସହକାରେ ଓ ଆନନ୍ଦଉଲ୍ଲାସରେ ରଥଟଣା କାର୍ଯ୍ୟ ଶେଷ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ଦାଣ୍ଡରେ ଆହାତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି ।

About The Author: The Sakala