ଶିମିଳିପାଳ ବନରକ୍ଷୀ ନିହତ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଝାଡଖଣ୍ଡରୁ ଗିରଫ

ବାରିପଦା: ବନରକ୍ଷୀ ନିହତ ଘଟଣାରେ ଆଉ ୨ଜଣ ଅଭିଯୁକ୍ତ ଗିରଫ । ସ୍ବତନ୍ତ୍ର ପୁଲିସ ଟିମ ଝାଡଖଣ୍ଡରୁ ଗିରଫ କରିଛି । ଦୁଇଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ଵର ଏସପି ସାଗରିକା ଏନେଇ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସୂଚନା ଥାଉକି, ଉପରୋକ୍ତ ଘଟଣାରେ ସ୍ବତନ୍ତ୍ର ଟିମ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା । ଏହି ଦୁଇଜଣଙ୍କୁ ମିଶାଇ ଗିରଫ ସଂଖ୍ୟା […]

ବାରିପଦା: ବନରକ୍ଷୀ ନିହତ ଘଟଣାରେ ଆଉ ୨ଜଣ ଅଭିଯୁକ୍ତ ଗିରଫ । ସ୍ବତନ୍ତ୍ର ପୁଲିସ ଟିମ ଝାଡଖଣ୍ଡରୁ ଗିରଫ କରିଛି । ଦୁଇଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ଵର ଏସପି ସାଗରିକା ଏନେଇ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ।

ସୂଚନା ଥାଉକି, ଉପରୋକ୍ତ ଘଟଣାରେ ସ୍ବତନ୍ତ୍ର ଟିମ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା । ଏହି ଦୁଇଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି । ୨୨ତାରିଖ ଏହି ଘଟଣାରେ ଜଡ଼ିତ ଥିବା ୧୩ଜଣ ଅଭିଯୁକଙ୍କୁ ପୁଲିସ ଚିହ୍ନଟ କରିଥିଲା । ଆହୁରି ୬ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

About The Author: The Sakala