ମାଟ୍ରିକ ପରୀକ୍ଷା ଲାଗି ଆଜିଠୁ ଫର୍ମପୂରଣ ଆରମ୍ଭ, ଆସନ୍ତା ୧୮ ତାରିଖ ଯାଏ ଚାଲିବ ଆବେଦନ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଲାଗି ଆଜିଠୁ ଫର୍ମପୂରଣ ଆରମ୍ଭ । ଆସନ୍ତା ୧୮ ତାରିଖ ଯାଏଁ ଚାଲିବ ୨୦୨୫ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଫର୍ମଫିଲପ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିବେ। ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୮ […]

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଲାଗି ଆଜିଠୁ ଫର୍ମପୂରଣ ଆରମ୍ଭ । ଆସନ୍ତା ୧୮ ତାରିଖ ଯାଏଁ ଚାଲିବ ୨୦୨୫ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଫର୍ମଫିଲପ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିବେ। ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୮ ତାରିଖ ରାତି ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ ଯୋଗେ ଫର୍ମପୂରଣ କରିବାକୁ ସୁଯୋଗ ମିଳିବ। ଅନଲାଇନରେ ବୋର୍ଡ ୱେବସାଇଟ୍‌‌ (www.bseodisha.ac.in)ରେ ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମପୂରଣ କରିପାରିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଅଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା ନମ୍ୱର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ୍ୱେବ୍‌ସାଇଟରେ ଅପଲୋଡ୍ କରିବେ । ଆଜିଠାରୁ ଆରମ୍ଭ ହେଉଥିବା ଏହି ମାର୍କ ଅପଲୋଡ୍ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯାଇଛି ।

About The Author: The Sakala