ଗୋପ ବ୍ଲକ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ଗଣଶିକ୍ଷା ମନ୍ତ୍ରୀ

ଗୋପ : ରାଜ୍ୟରେ ଏବେ ଉତ୍ପନ୍ନ ହୋଇଛି ବନ୍ୟା ଆଶଙ୍କା । ଏନେଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗୋପ ବ୍ଲକରେ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍‌, ଶୁଖିଲା ରନ୍ଧା ଖାଦ୍ୟ ଏବଂ ଗମନାଗମନ ପାଇଁ କିପରି ଡ଼ଙ୍ଗା ଯୋଗାଇ ଦିଆଯିବ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ କ୍ଷ ପରେ ମନ୍ତ୍ରୀ କୁଶଭଦ୍ରା ନଦୀ ତିନିମୁହାଣ ଠାରେ ବନ୍ୟାର […]

ଗୋପ : ରାଜ୍ୟରେ ଏବେ ଉତ୍ପନ୍ନ ହୋଇଛି ବନ୍ୟା ଆଶଙ୍କା । ଏନେଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗୋପ ବ୍ଲକରେ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍‌, ଶୁଖିଲା ରନ୍ଧା ଖାଦ୍ୟ ଏବଂ ଗମନାଗମନ ପାଇଁ କିପରି ଡ଼ଙ୍ଗା ଯୋଗାଇ ଦିଆଯିବ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ କ୍ଷ ପରେ ମନ୍ତ୍ରୀ କୁଶଭଦ୍ରା ନଦୀ ତିନିମୁହାଣ ଠାରେ ବନ୍ୟାର ସ୍ଥିତି ଦେଖିଥିଲେ କ୍ଷ

ଏପଟେ ଅଧିକ ବନ୍ୟା ହେଲେ ଧନୁଆ ନଦୀ ବନ୍ୟା ପାଣି ଗୋପ ବ୍ଲକର ପ୍ରାୟ ପାଞ୍ଚ ଗୋଟି ପଞ୍ଚାୟତ ତଥା ନୂଆଖଲମର, ଅଣ୍ଢରା ଇଚ୍ଛାପୁର, ଗଣେଶ୍ୱରପୁର, ଡ଼ଭାର ଓ ରାହାଗରଡା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି କ୍ଷ ବନ୍ୟାର ସମସ୍ତ ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଗୋପ ବ୍ଲକରେ ୨୦୦ କୁଇଣ୍ଟାଲ ଚୁଡା, ୨୦ କୁଇଣ୍ଟାଲ ଗୁଡ, କିରୋସିନ, ପଲିଥିନ, ସଫିସେଣ୍ଟ ମେସିସିନ, ଦଶହଜାର ପାଣି ବୋତଲ ଏବଂ ଅନ୍ୟାନ ଆମଗ୍ରୀ ସହିତ ବନ୍ୟା ଅଞ୍ଚଳ ପାଇଁ ବର୍ତ୍ତମାନ ୧୦ ଗୋଟି ଡ଼ଙ୍ଗା ଆମ ପାଖରେ ମହଜୁଦ ରଖିଛୁ ଏବଂ ଆମେ ବନ୍ୟାର ସମ୍ପୂର୍ଣ୍ଣ ମୁକାବିଲା ପାଇଁ ଆମେ ସଜାଗ ରହିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

About The Author: The Sakala