ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା DRI । ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା । ଲଗେଜ୍‌ରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ ।  ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆରଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ ହୋଇଥିଲା ।

About The Author: Madhusudan Das