ମାଲକାନଗିରି-ଆନ୍ଧ୍ର ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଯାତ୍ରୀବାହୀ କାର୍‌

ମାଲକାନଗିରି: ମାଓବାଦୀଙ୍କ ବନ୍ଦ ପାଳନ ବେଳେ ପୋଡାଜଳା। ମାଲକାନଗିରି-ଆନ୍ଧ୍ର ସୀମାରେ ଅଗ୍ନିକାଣ୍ଡ ଘଟାଇଲେ ମାଓବାଦୀ। ଜାଳିଦେଲେ ଯାତ୍ରୀବାହୀ କାର୍‌ । ନିଆଁରେ ପୋଡି କାର୍‌ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ଏଭଳି ବର୍ବର ହିଂସା ଦେଖି ସ୍ଥାନୀୟଲୋକ ଭୟଭୀତ ଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ଭଦ୍ରାଚଲମ ରାଜପଥ ଉପରେ ଅଗ୍ନିକାଣ୍ଡ। ମୁଲୁଗୁ ଏନକାଉଣ୍ଟର ପ୍ରତିବାଦରେ ବନ୍ଦ ଡାକରା ଦେଇ ଥିଲେ ମାଓବାଦୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, […]

ମାଲକାନଗିରି: ମାଓବାଦୀଙ୍କ ବନ୍ଦ ପାଳନ ବେଳେ ପୋଡାଜଳା। ମାଲକାନଗିରି-ଆନ୍ଧ୍ର ସୀମାରେ ଅଗ୍ନିକାଣ୍ଡ ଘଟାଇଲେ ମାଓବାଦୀ। ଜାଳିଦେଲେ ଯାତ୍ରୀବାହୀ କାର୍‌ । ନିଆଁରେ ପୋଡି କାର୍‌ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ଏଭଳି ବର୍ବର ହିଂସା ଦେଖି ସ୍ଥାନୀୟଲୋକ ଭୟଭୀତ ଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ଭଦ୍ରାଚଲମ ରାଜପଥ ଉପରେ ଅଗ୍ନିକାଣ୍ଡ। ମୁଲୁଗୁ ଏନକାଉଣ୍ଟର ପ୍ରତିବାଦରେ ବନ୍ଦ ଡାକରା ଦେଇ ଥିଲେ ମାଓବାଦୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏକ ଯାତ୍ରୀବାହୀ କାର୍‌କୁ ନିଆଁ ଲଗାଇଥିଲେ । ଯାହାଫଳରେ କାର୍‌ଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ନିକଟରେ ଆନ୍ଧ୍ର ତେଲେଙ୍ଗାନା ସୀମାନ୍ତରେ ପୋଲିସ ଏନ୍‌କାଉଣ୍ଡରରେ ୭ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ଏହାପରେ ସୋମବାର ଦିନ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ର ମାଓପ୍ରବଣ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ ମାଓବାଦୀ । ସୋମବାର ଏହି ସବୁ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ବିଳମ୍ବିତ ରାତିରେ ଏକ କାର୍‌କୁ ଅଟକାଇ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ ।

About The Author: The Sakala