ଭୁବନେଶ୍ୱର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୁଇଦିନିଆ ଶିକ୍ଷଣୀୟ ଭ୍ରମଣ (ଏଡୁକେସନାଲ ଟ୍ରିପ) ସଫଳତାର ସହ ଆୟୋଜିତ ହୋଇଯାଇଛି। ଗତ ୧୨.୧୨.୨୦୨୫ ଓ ୧୩.୧୨.୨୦୨୫ ଦୁଇଦିନ ଧରି ଅନୁଷ୍ଠିତ ଏହି
ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଓଡ଼ିଶାର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଜୈନ ସନ୍ନ୍ୟାସୀମାନଙ୍କ ସାଧନା ଓ ରହଣି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା। ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର (Gandhi Peace Center)ର ଡିଜିଟାଲ ସଂଗ୍ରହାଳୟ ବୁଲି ଦେଖିବା ସହ ପିଲାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଏହି ୮ ଏକର ପରିମିତ ପାର୍କରେ ପିଲାମାନେ ବିଭିନ୍ନ ଇଣ୍ଟରାକ୍ଟିଭ୍ ବିଜ୍ଞାନ ମଡେଲ ଓ ପ୍ରାଚୀନ ଜୀବଜନ୍ତୁ ପାର୍କ ଦେଖି ବେଶ୍ ଖୁସି ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। କେବଳ ଶିକ୍ଷା ନୁହେଁ, ପିଲାମାନେ ଗୀତ, ନୃତ୍ୟ ଓ ଖେଳକୁଦ ମାଧ୍ୟମରେ ଏହି ଭ୍ରମଣକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ ସମସ୍ତେ ସୁରକ୍ଷିତ ଭାବେ ଫେରିବା ସହ ଏକ ସ୍ମରଣୀୟ ଅନୁଭୂତି ସାଉଁଟିଥିଲେ।