ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ରମେଶ ମାଝୀ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଯଥା ତଣ୍ଡକି, ଚଲାଣଗୁଡା, ତାଣ୍ଡାପାଲ୍ଲୀ, ଗୋରାଖୁଣ୍ଟା ଓ ଗୌଡ଼ଗୁଡାରେ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଜି ଭିତ୍ତିଭୂମି ର ଶିଳାନ୍ୟାସ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏହି ଅବସରରେ ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ଆଇନଜୀବି ସାମୁଖ୍ୟ ସଭାପତି ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଶିଖପାଲି ଜୋନ ସଂଯୋଯକ ତଥା ବରିଷ୍ଠ […]

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଯଥା ତଣ୍ଡକି, ଚଲାଣଗୁଡା, ତାଣ୍ଡାପାଲ୍ଲୀ, ଗୋରାଖୁଣ୍ଟା ଓ ଗୌଡ଼ଗୁଡାରେ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଜି ଭିତ୍ତିଭୂମି ର ଶିଳାନ୍ୟାସ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏହି ଅବସରରେ ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ଆଇନଜୀବି ସାମୁଖ୍ୟ ସଭାପତି ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଶିଖପାଲି ଜୋନ ସଂଯୋଯକ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ପଣ୍ଡା, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ, ପଦ୍ମଗିରି ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ଶିଖପାଲି ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ,ସରପଞ୍ଚ ଅରକ୍ଷିତ ନାୟକ, ସରପଞ୍ଚ ପାଣ୍ଡ୍ରି ପଡ଼ିଆମୀ, ସରପଞ୍ଚ ସୁଦର୍ଶନ କୋପେ, ସରପଞ୍ଚ ବାବୁଲା ପଡ଼ିଆମୀ, ସାଂସଦ ପ୍ରତିନିଧି ବି.କାମେଶ୍ବର ରାଓ, ସଦାନନ୍ଦ ଖରା, କେ ରାହୁଲ, ବାବୁଲା ସାମଲ, ଦେବାଶିଷ ମଣ୍ଡଳଙ୍କ ସହ ବହୁ ଦଳିୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୋଟ ୬ଗୋଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସାଂସଦ ଶ୍ରୀ ମାଝୀ ଏହି ପ୍ରକଳ୍ପ ଗୁଡିକ କରିବା ପାଇଁ ନିଷ୍ପତ୍ତି ନେଇ ଏହି ପଦକ୍ଷେପ ନେଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଚାଲାଣଗୁଡା ଗ୍ରାମ ପଞ୍ଚାୟତର ଏମ୍ ଭି ୪୫ ମା କାଳୀ ଗୋଷ୍ଟି କେନ୍ଦ୍ରର ପାଚେରୀ ପାଇଁ ୨ ଲକ୍ଷ ଟଙ୍କା, ତଣ୍ଡାପାଲି ପଞ୍ଚାୟତର ବାସନ୍ତୀ ଗୋଷ୍ଟି କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା, ଗୁରାଖୁଣ୍ଟା ଗ୍ରାମପଞ୍ଚାୟତର କ୍ରୁସୁୱାଡା ଠାରେ ଗ୍ରାମ ଗୋଷ୍ଟି କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ଓ ଗୌଡ଼ଗୁଡା ଗ୍ରାମପଞ୍ଚାୟତର ଏମ୍ ଭି ୧୦ ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଇଁ ୨ ଲକ୍ଷ ଟଙ୍କା ଏବଂ ଏମ୍ ଭି ୧୦ ହରି ମନ୍ଦିର ଗୋଷ୍ଟି କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ବ୍ୟୟର ପ୍ରକଳ୍ପ ରହିଛି ।

About The Author: The Sakala