ମାଲକାନଗିରିରେ କମ୍ବିଂ ଅପରେସନବେଳେ ମାଓକ୍ୟାମ୍ପ ଠାବ, ରକେଟ ଲଞ୍ଚର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଯବାନମାନେ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କୁମିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ଡମ୍ପ ଖୋଜି ବାହାର କରିଥିଲେ । ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଯବାନମାନେ । ପରେ ଅତି ସତର୍କତାର […]

ମାଲକାନଗିରି: ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଯବାନମାନେ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କୁମିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ଡମ୍ପ ଖୋଜି ବାହାର କରିଥିଲେ । ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଯବାନମାନେ । ପରେ ଅତି ସତର୍କତାର ସହ ଡମ୍ପ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ୪ଟି ବନ୍ଧୁକ ୪୨ଟି ଗୁଳି ଭର୍ତ୍ତି ହୋଇଥିବା କେଟରିଜ, ୧୬ଟି ହେଣ୍ଡ ଗ୍ରେନେଡ, ୨ଟି ମୋଟର ବୋମା, ଗୋଟିଏ ରକେଟ ଲଞ୍ଚର, ଏଲଏମଜି ଗୁଳି, ୨୯ଟି ଜିଲୋଟିନ ଷ୍ଟିକ୍, ୩୦ଟି ଇଲେକ୍ଟ୍ରୋନିକ୍ ଡିଟୋନିଟର । ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଚରା ଭୁଇଁ ହୋଇଥିବା ବେଳେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ । ହେଲେ ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ଆସିବା ପରେ ପଛଘୁଞ୍ଚା ଦେଇଛି ଲାଲ୍ ବାହିନୀ ।

About The Author: The Sakala