ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ। ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଏବଂ ୪ଟି ପେନସିଲ୍ ସେଲ୍ ଜବତ କରାଯାଇଛି।
ବିସ୍ଫୋରକ ସହିତ ୩ ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ। ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି […]