ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସଦର ମହକୁମା ବ୍ଲକ ଜେଇ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍ । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଟିମ୍ । ମାଲକାନଗିରି ଟାଉନରେ ଥିବା ୩ ମହଲା ଘରେ ଚାଲିଛି ଯାଞ୍ଚ । ଏହାସହ କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ମାଲକାନଗିରି ବିଡିଓ ଅଫିସ୍ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ରେଡ୍ କରୁଛି । ଚଢ଼ାଉରେ ୪ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।