ମେଜର ପୁଲିସ ବିବାଦ ଘଟଣା: ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW

ଭୁବନେଶ୍ବର: ମେଜର ପୋଲିସ ବିବାଦ ଘଟଣା । ସାମ୍ନାକୁ ଆସିଲା । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଭିଡିଓ । ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ । ହାତ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ଯୁବତୀ । ସେପଟେ ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW । ଗତ ଶନିବାର ବିଳମ୍ୱିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା […]

ଭୁବନେଶ୍ବର: ମେଜର ପୋଲିସ ବିବାଦ ଘଟଣା । ସାମ୍ନାକୁ ଆସିଲା । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଭିଡିଓ । ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ । ହାତ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ଯୁବତୀ । ସେପଟେ ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW ।

ଗତ ଶନିବାର ବିଳମ୍ୱିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ଅକଥନୀୟ ନିର୍ଯାତନା ହେଇଥିଲା। ମେଜର ଗୁରୁବନ୍ତଙ୍କୁ ରାତିତମାମ ପୁଲିସ ହାଜତରେ ରଖି ପିଟିଥିଲା। ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ ମାରିବା ସହ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନାର ତକ୍ରାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ଗତକାଲି ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର, ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। ଗତକାଲି କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଭରତପୁର ଥାନାକୁ ଆସି ତଦନ୍ତ କରିଥିଲେ। ସନ୍ଧ୍ୟାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଜିପିଙ୍କୁ ପ୍ରଦାନ କରିଥିଲା। ଏହାକୁ ଆଧାର କରି ଆଜି ୫ଜଣଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଭରତପୁର ଥାନାର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ବିବାଦୀୟ ହେବା ନୂଆ କଥା ନୁହେଁ। ତାଙ୍କ ନାମରେ ବଟି ଆଦାୟ ଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ସେ ପୂର୍ବରୁ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି। କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଥିବା ବେଳେ ବାଲିଯାତ୍ରା ପଡ଼ିଆର ସାଇକଲ ଷ୍ଟାଣ୍ଡରୁ ୫୦ହଜାର ଟଙ୍କା ବଟି ମାଗିଥିଲେ। ଭିଡିଓ ଭାଇରାଲ ହେବା ପରେ ବିବାଦରେ ଛନ୍ଦି ହୋଇଥିଲେ ଦୀନକୃଷ୍ଣ। ପରେ ତାଙ୍କୁ ଥାନାରୁ କଟକ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ଅନ୍ୟପକ୍ଷରେ ଘଟଣାରେ କ୍ଷୁବ୍ଧ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବତନ ସେନା ଅଧିକାରୀମାନେ ଓ ୧୨୦ ବାଟାଲିୟନରୁ ଶୋଭାଯାତ୍ରାରେ ଆସି କମିସନରେଟ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅଲ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନର ସଦସ୍ୟମାନେ ଦାବି କରିଛନ୍ତି।  ଏଥିସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମରେ ପୁଲିସ କରିଥିବା ମିଛ ମାମଲାର ପ୍ରତ୍ୟାହାର ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଯଦି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ସେମାନେ ଚେତାବନୀ ଦେଇଥିଲେ।

About The Author: The Sakala