କରଞ୍ଜିଆ: ପ୍ରେମ ପାଇଁ ଜୀବନ ହାରିଦେଲେ ଯୁବକ-ଯୁବତୀ । ଠାକୁରମୁଣ୍ଡା ଥାନା କାଳିଆପଶି ଗ୍ରାମରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । କାଳିଆପଶି ଗ୍ରାମ ବିଲ ମଝିରେ ଏକ କରଞ୍ଜ ଗଛରେ ଶାଢ଼ୀରେ ଝୁଲି ପଡିଲେ ପ୍ରେମୀ ଯୁଗଳ। ଝିଅ ନାବାଳିକା ଥିବା ବେଳେ ପୁଅର ବୟସ 19 ବର୍ଷ । ଝିଅଟିର ଘର ସ୍ଥାନୀୟ କାଳିଆପୋଷୀ ଗାଁରେ ହୋଇଥିବା ବେଳେ ପୁଅଟିର ଘର କରଞ୍ଜିଆ ଥାନା ସୁନାପୋଷି ବୋଲି ଜଣାପଡିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ଏପରି କଠୋର ନିଷ୍ପତ୍ତି ନେଲେ ଏବଂ କ’ଣ ପାଇଁ ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।