ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଛକ ନିକଟରୁ ବୁଧବାର ଦୁର୍ବୃତ୍ତମାନେ ଜଣେ ପେଟ୍ରୋଲ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟୁ ନେଇଛନ୍ତି। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି । ଖବର ପାଇ ଜେନାପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥର କନ୍ତପଡ଼ା ଠାରେ ଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ୮ ଲକ୍ଷ […]

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଛକ ନିକଟରୁ ବୁଧବାର ଦୁର୍ବୃତ୍ତମାନେ ଜଣେ ପେଟ୍ରୋଲ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟୁ ନେଇଛନ୍ତି। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି । ଖବର ପାଇ ଜେନାପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥର କନ୍ତପଡ଼ା ଠାରେ ଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ୮ ଲକ୍ଷ ଟଙ୍କା ନେଇ କବାଟବନ୍ଧରେ ଥିବା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। କବାଟବନ୍ଧ ଛକ ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକାଇବା ସହ ଭୁଜାଲି ଦେଖାଇ ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

About The Author: The Sakala