ରାସ୍ତାରେ କଥା ହେଉଥିବା ବେଳେ ଜବରଦସ୍ତି ବିବାହ କରାଇଦେଲେ ସ୍ଥାନୀୟ ଲୋକେ, ଉଭୟ ଥାନାରେ ଅଟକ

ବାଲେଶ୍ଵର: ଅଧାରେ ରହିଲା ବାହାଘର। ଜବରଦସ୍ତି ବିବାହ ପରେ ଥାନାରେ ବର କନିଆ । ନାବାଳିକା ସହ ବିବାହ ହେଉଥିବା ଅଭିଯୋଗ ଆସିବା ପରେ କାର୍ଯ୍ୟନୁଷ୍ଠାନ। ବାହାଘର ମଝିରୁ ବର କନିଆଙ୍କୁ ଉଠାଇ ଆଣିଲା ପୋଲିସ। ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ବର କନିଆ ଅଟକ। ବିବାହ ପରେ ଥାନାରେ ଅଟକ ରହିଲେ ବର କନ୍ୟା। ବାଲେଶ୍ଵର ବାଲିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ଜଣେ କମ ବର୍ଷୀୟ ଯୁବତୀ କଥା ହେଉଥିବା ବେଳେ ସ୍ଥାନୀୟ ଲୋକେ ଧରି ବାହା କରାଇ ଦେଇଥିଲେ। ତେବେ ଯୁବତୀ ଜଣକ ନାବାଳିକା ସନ୍ଦେହ ହେବାରୁ, ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳକୁ ପୋଲିସ ଯାଇ ଉଭୟ ବର ଓ କନ୍ୟାକୁ ଥାନାକୁ ଉଠାଇ ଆଣିଛି। 

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ବାଲେଶ୍ଵର ପୁଲିସ ଲାଇନ୍ ଛକରେ ଅଟୋ ଚଳାଉଥିବା ବେଳେ ଯୁବତୀଙ୍କ ସହ ବିଭିନ୍ନ ସମୟରେ ଦେଖା ହେଉଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଯୁବତୀ ନିଜକୁ ସାବାଳିକା କହୁଥିବା ବେଳେ କିନ୍ତୁ ନିଜର ଜନ୍ମ ପ୍ରମାଣ ପତ୍ର, ସାର୍ଟିଫିକେଟ କିମ୍ବା ଆଧାର କାର୍ଡ ନଥିବାରୁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସହଦେବ ଖୁଣ୍ଟା ଥାନାରେ ଉଭୟ ବର ଓ କନ୍ୟା ଅଟକ ରହି ଅଧିକ ତଦନ୍ତ ଜାରି ରଖିଛି।

About The Author: Madhusudan Das