ମହାଦୀପ ସହ ସେବାୟତ ଖସିପଡ଼ିବା ଘଟଣା: ପ୍ରଶାସନର ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ…

ଭୁବନେଶ୍ୱର: ଜାଗର ଦୀପ ନେଇ ଲିଙ୍ଗରାଜ ମନ୍ଦିର ଉପରକୁ ଚଢ଼ିବା ବେଳେ ୧୫ ଫୁଟ ଉପରୁ ସେବୟାତ ଖସି ପଡିବା ଘଟଣା। ଖସି ପଡିଥିବା ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ପତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାପା ଏବେ ସୁସ୍ଥ ଅଛନ୍ତି, କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ। ମହଦୀପରେ ତେଲ ଅଧିକ ଥିଲା । ହାତରେ ତେଲ ପଡି ଯିବାରୁ ସେ ଖସି ପଡିଥିବା କହିଛନ୍ତି। ମହାଦୀପ ଉଠିଲା […]

ଭୁବନେଶ୍ୱର: ଜାଗର ଦୀପ ନେଇ ଲିଙ୍ଗରାଜ ମନ୍ଦିର ଉପରକୁ ଚଢ଼ିବା ବେଳେ ୧୫ ଫୁଟ ଉପରୁ ସେବୟାତ ଖସି ପଡିବା ଘଟଣା। ଖସି ପଡିଥିବା ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ପତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାପା ଏବେ ସୁସ୍ଥ ଅଛନ୍ତି, କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ। ମହଦୀପରେ ତେଲ ଅଧିକ ଥିଲା । ହାତରେ ତେଲ ପଡି ଯିବାରୁ ସେ ଖସି ପଡିଥିବା କହିଛନ୍ତି।

ମହାଦୀପ ଉଠିଲା ବେଳେ ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ମନ୍ଦିର ଉପରେ ଥିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଯାଇଥିଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି। ଏଭଳି ଘଟଣା କେବେ ଘଟି ନ ଥିଲା । ମହାପ୍ରଭୁଙ୍କ କଣ ଇଚ୍ଛା ଆମେ ଜାଣିନୁ। ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଲା। ମହାଦୀପ ଉଠିବା ନେଇ ଦେଶବାସୀ ଅପେକ୍ଷା କରିଥାନ୍ତି। ପ୍ରଶାସନର ଅବହେଳାରୁ ଏଭଳି ଘଟଣା ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ଦିର ପ୍ରଶାସନ ଅବହେଳା ନେଇ ଲୋକଙ୍କ ଅଭିଯୋଗ ରହିଛି ବୋଲି ସେ କହିଛନ୍ତି। ମହାଦୀପରେ ତେଲର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ସମର୍ଥା ସେବୟାତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ। ଆମ ସେବାରେ ଜୀବନ ପତି ବିପଦ ରହୁଛି ବୋଲି ସେବାୟତ ଅଶ୍ୱନୀ ସମର୍ଥା କହିଛନ୍ତି।

About The Author: The Sakala