ବଢ଼ିଲା କାଳିଆ ଛାତ୍ରବୃତ୍ତି ପରିସର; ବୃତ୍ତି ପାଇବେ କୃଷକ ପରିବାରର ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିର ପରିସୀମା ବ୍ୟାପକ କରାଯାଇଛି। କାଳିଆ ଛାତ୍ରବୃତ୍ତିକୁ ଅଧିକ ଉପଯୋଗୀ କରିବା ସହ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବାପାଇଁ ଏହାକୁ ପରିବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥିରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଐତିହାସିକ “କାଳିଆ’ ଯୋଜନା ପରି “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ କୃଷକ ପରିବାରଙ୍କ ସଶକ୍ତିକରଣ ଦିଗରେ ଏକ ଅଭିନବ […]

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିର ପରିସୀମା ବ୍ୟାପକ କରାଯାଇଛି। କାଳିଆ ଛାତ୍ରବୃତ୍ତିକୁ ଅଧିକ ଉପଯୋଗୀ କରିବା ସହ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବାପାଇଁ ଏହାକୁ ପରିବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥିରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଐତିହାସିକ “କାଳିଆ’ ଯୋଜନା ପରି “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ କୃଷକ ପରିବାରଙ୍କ ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିବାକୁ ଆସନ୍ତାକାଲି(ମଙ୍ଗଳବାର) ଠାରୁ ସ୍ୱତନ୍ତ୍ର ଭାବେ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

କୃଷି ଭବନରେ ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌(ଏଆଇଏସ୍‌ଏଚ୍‌ଇ) କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ଏହାସହ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ସ୍ନାତକ ପାଠ୍ୟକ୍ରମରେ ଏମ୍‌ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ପରି ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମ ଓ ତତୁଲ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ପି.ଏଚ୍‌.ଡି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ପରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀମାନେ କମନ୍‌ ସ୍କଲାରସିପ୍‌ ପୋର୍ଟାଲରେ (https://scholarship.odisha.gov.in/)ରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ବର୍ଷକୁ ଦୁଇଥର ଏହି ପୋର୍ଟାଲ ଖୋଲାରହିବ। ଏହି ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି କାଳିଆ ହିତାଧିକାରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇବା ସ୍ୱପ୍ନ ସାକାର କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରଛନ୍ତି।

About The Author: The Sakala