ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ।
ତେବେ ବର୍ତ୍ତମାନ ସେଠାରେ ବାଘକୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି। ଯନ୍ତା ଓ ଛେଳି ଆଣି ବାଘକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆବଶ୍ୟକ ହେଲେ ଟ୍ରାଙ୍କୁ ଲାଇଜ କରାଯିବ। ଏ ନେଇ ଡିଏଫଓ ସୂଚନା ଦେଇଛନ୍ତି।