ଭୁବନେଶ୍ବର: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଜୋରଦାର ସ୍ବାଗତ କରାଯାଇଛି। ବରମୁଣ୍ଡା ପଡ଼ିଆରେ ସମାବେଶରେ ଯୋଗ ଦେବେ। ସମ୍ବିଧାନ ବଞ୍ଚାଅ ମହା ସମାବେଶକୁ ସମ୍ବୋଧନ କରିବେ। ସଭା ଶେଷ ପରେ ମଧ୍ୟାହ୍ନ ଭୋଜନ ସାରି ସେ ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ପହଞ୍ଚିବେ। ପ୍ରଥମେ ରାଜନୈତିକ ବ୍ୟାପାର କମିଟି ଏବଂ ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ, ଜାତୀୟ ସଂଗଠନ ସମ୍ପାଦକ କେସି ବେଣୁଗୋପାଳ ପ୍ରମୁଖ ମଧ୍ୟ ଆସିଛନ୍ତି।