ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନା

ନବରଙ୍ଗପୁର: ‘ଲକ୍ଷ୍ମୀ’ ବସ୍‌ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍‌ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଥମକରି ନବରଙ୍ଗପୁରରେ ଗତ ଡିସେମ୍ବର ୩୦ ତାରିଖଠାରୁ ଜିଲ୍ଲାର ୧୮୯ ପଞ୍ଚାୟତରେ ଗଡ଼ିଛି […]

ନବରଙ୍ଗପୁର: ‘ଲକ୍ଷ୍ମୀ’ ବସ୍‌ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍‌ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଥମକରି ନବରଙ୍ଗପୁରରେ ଗତ ଡିସେମ୍ବର ୩୦ ତାରିଖଠାରୁ ଜିଲ୍ଲାର ୧୮୯ ପଞ୍ଚାୟତରେ ଗଡ଼ିଛି ମୋଟ ୪୪ଟି ‘ଲକ୍ଷ୍ମୀ’ ବସ୍‌। ଏହି ବସ୍‌ ନବରଙ୍ଗପୁରର ଅଗଣିତ ଜିଲ୍ଲାବାସୀଙ୍କ ସହ ଜିଲ୍ଲାର ମା’ମାନଙ୍କର ଏବେ ମୁଖ୍ୟ ସାରଥୀ ପାଲଟିଛି। ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ସହର ଏବଂ ବ୍ଲକ୍ ସଦର ମହକୁମାଠାରୁ ଗ୍ରାମାଞ୍ଚଳ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗମନାଗମନରେ ବହୁ ଅସୁବିଧା ରହିଥିଲା। ବର୍ତ୍ତମାନ ଏହି ଲକ୍ଷ୍ମୀ ବସ୍‌ ସେବା ମାଧ୍ୟମରେ ଜଣେ ଚାଷୀ ବଜାର ସହିତ ଯୋଡ଼ି ହେଉଥିବା ବେଳେ ଗ୍ରାମାଞ୍ଚଳର ରୋଗୀଙ୍କ ଡାକ୍ତରଖାନା ଆସିବା ସୁବିଧାଜନକ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ଲକ୍ଷ୍ମୀ ବସ୍‌ ସେବା ଯୋଗୁଁ ବ୍ଲକ୍ ସହିତ ଯୋଡ଼ି ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକ୍ ସହର ସହ ଯୋଡ଼ି ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇପାରିଛି। ମା’ ଲକ୍ଷ୍ମୀଙ୍କୁ ସମୃଦ୍ଧିର ପ୍ରତୀକ ସ୍ବରୂପ ବିବେଚନା କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍‌ ସେବା ଜିଲ୍ଲାର ପ୍ରତି ଘରେଘରେ ପହଞ୍ଚି ଖୁସି ଓ ଆନନ୍ଦ ଆଣି ପାରିଛି। ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ତଥା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏ ସଂପର୍କରେ ଉମରକୋଟ ବ୍ଲକ୍ ବଡ଼କୁମାରୀ ପଞ୍ଚାୟତର ମୁନା ଡାକୁଆ କହିଛନ୍ତି, ପୂର୍ବରୁ ପଞ୍ଚାୟତରେ ଉମରକୋଟ ବ୍ୟାଙ୍କ ଓ ଉମରକୋଟ ସହରକୁ ଯିବାକୁ ହେଲେ ଅଟୋ ଭଡ଼ା ୫୦ ଟଙ୍କା ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଯୋଜନା ହେବା ଦ୍ବାରା ସୁବିଧାରେ ବ୍ୟାଙ୍କ ଓ ସହରକୁ ମହିଳାମାନେ ଯାଇପାରୁଛୁ। କମ୍‌ ଖର୍ଚ୍ଚ ଓ କମ୍ ସମୟରେ ପହଞ୍ଚି ପାରୁଛୁ। ସେହିପରି ଉମରକୋଟ ପଡ଼ାଗଡ଼ର ଗୀତା ପାଇକ ଏବଂ ବାଉଁଶବେଡ଼ାର ଅମ୍ବିକା ପାତ୍ର ଓ ଗୋଟିଗୁଡ଼ାର ବିଦ୍ୟୁତପ୍ରଭା ବେହେରା ଏହି ଲକ୍ଷ୍ମୀ ବସ୍ ଆମକୁ ଗାଁ ଓ ପଞ୍ଚାୟତରୁ ସହର, ଡାକ୍ତରଖାନା ଯିବାରେ ବହୁ ସହାୟକ ହୋଇଛି ବୋଲି କହିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

About The Author: The Sakala