ନିଆରା ଉଦ୍ୟମ; ପାର୍ବଣ ପାଇଁ ଶାଢ଼ି ଏବଂ ଡ୍ରେସ୍‌‌ ଉପରେ ଦେବାଦେବୀଙ୍କ ଚିତ୍ର ଆଙ୍କି ନୂଆରୂପ ଦେଉଛନ୍ତି ଆଇନଜୀବୀ ସ୍ନିଗ୍ଧା

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ। ପାର୍ବଣ ଋତୁରେ ଯୁବଗୋଷ୍ଠୀମାନେ ନିଜକୁ ସଜ୍ଜେଇବା ପାଇଁ ଅନେକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ବିଶେଷକରି ମହିଳାମାନେ ପୋଷାକ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିଏ ନିଜକୁ ପାରମ୍ପରିକ ଭାବେ ସଜ୍ଜାଇବାକୁ ପସନ୍ଦ କରୁଛନ୍ତି ତ ଆଉ କେହି ପେଣ୍ଟିଂ ପୋଷାକ ଉପରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଶାଢ଼ି ଉପରେ ପଟ୍ଟଚିତ୍ର ଆର୍ଟ ସହ ବିଭିନ୍ନ ଅଳଙ୍କାର ଉପରେ ପାରମ୍ପରିକ ପେଣ୍ଟିଂ କରି ପରିଧାନ କରୁଥିବା ଦେଖିବାକୁ ମିଳୁଛି। […]

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ। ପାର୍ବଣ ଋତୁରେ ଯୁବଗୋଷ୍ଠୀମାନେ ନିଜକୁ ସଜ୍ଜେଇବା ପାଇଁ ଅନେକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ବିଶେଷକରି ମହିଳାମାନେ ପୋଷାକ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିଏ ନିଜକୁ ପାରମ୍ପରିକ ଭାବେ ସଜ୍ଜାଇବାକୁ ପସନ୍ଦ କରୁଛନ୍ତି ତ ଆଉ କେହି ପେଣ୍ଟିଂ ପୋଷାକ ଉପରେ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଶାଢ଼ି ଉପରେ ପଟ୍ଟଚିତ୍ର ଆର୍ଟ ସହ ବିଭିନ୍ନ ଅଳଙ୍କାର ଉପରେ ପାରମ୍ପରିକ ପେଣ୍ଟିଂ କରି ପରିଧାନ କରୁଥିବା ଦେଖିବାକୁ ମିଳୁଛି। ଚଳିତ ପାର୍ବଣରେ ଏଭଳି ପାରମ୍ପରିକ ପେଣ୍ଟିଂ କରୁଛନ୍ତି ସ୍ନିଗ୍ଧା ତ୍ରିପାଠୀ ନାମ୍ନୀ ଜଣେ ଆଇନଜୀବୀ।

ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିବା ସ୍ନିଗ୍ଧା ଜଣେ ସୁଲେଖିକା ମଧ୍ୟ। ପିଲାଦିନରୁ ଚିତ୍ର ପେଣ୍ଟିଂ ପ୍ରତି ତାଙ୍କର ଆଗ୍ରହ ରହିଥିବା ବେଳେ କୌଣସି ପ୍ରଶିକ୍ଷଣ ନ ନେଇ ମଧ୍ୟ ସେ ଶାଢ଼ି, ଡ୍ରେସ୍‌‌, ଅଳଙ୍କାର ଆଦିରେ ଆକର୍ଷଣୀୟ ପେଣ୍ଟିଂ କରୁଛନ୍ତି। ଲିପନ୍‌‌ ଆର୍ଟ, ମିରର୍‌‌ ଆର୍ଟ, ମୋଜାକ୍‌‌ ଆର୍ଟ, ଫ୍ଲୁଇଡ୍‌‌ ଆର୍ଟ, ଷ୍ଟ୍ରିଫ୍‌‌ ଆର୍ଟ, ମଣ୍ଡଳ ଆର୍ଟ, ଜେନଟାଙ୍ଗେଲ୍‌‌ ଆର୍ଟ ଆଦି ଭିନ୍ନ ଭିନ୍ନ ଆର୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ସବୁ ଜିନିଷ ଉପରେ ପେଣ୍ଟିଂ କରି ତାହାକୁ ଏକ ଭିନ୍ନ ପ୍ରକାର ଲୁକ୍‌‌ ଦେଉଛନ୍ତି। ବିଶେଷକରି ପାର୍ବଣ ପାଇଁ ଧଳା ଓ ଯେ କୌଣସି ଗୋଟିଏ ରଙ୍ଗର ଶାଢ଼ି ଏବଂ ଡ୍ରେସ୍‌‌ ଉପରେ ଦେବାଦେବୀଙ୍କ ଚିତ୍ର ଆଙ୍କି ତାହାକୁ ଏକ ନୂଆରୂପ ଦେଉଛନ୍ତି ସ୍ନିଗ୍ଧା। ଚଳିତ ପାର୍ବଣ ପ୍ରାରମ୍ଭରୁ ଏଭଳି ନିଆରା ପେଣ୍ଟିଂ ଆରମ୍ଭ କରିଛନ୍ତି ସ୍ନିଗ୍ଧା। ନିକଟରେ ଗଣେଶ ପୂଜା ଉପଲକ୍ଷେ ଛୋଟ ପିଲାଙ୍କ ଡ୍ରେସ୍‌‌ ଉପରେ ଗଣେଶଙ୍କ ଚିତ୍ର ଆଙ୍କି ଥିବା ବେଳେ କାନଫୁଲ ହାର ଆଦିରେ ମଧ୍ୟ ବିଘ୍ନ ବିନାଶଙ୍କ ଆକର୍ଷଣୀୟ ଚିତ୍ର ଆଙ୍କିଥିଲେ। ସେହିପରି ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଧଳା ରଙ୍ଗର ଶାଢ଼ି ଉପରେ ଦୁର୍ଗାଙ୍କର ବିଭିନ୍ନ ରୂପ ସାଙ୍ଗକୁ ଅଳଙ୍କାର ମଧ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏହି ପେଣ୍ଟିଂ ପାଇଁ ତାଙ୍କୁ ୨ରୁ ୩ଦିନ ସମୟ ଲାଗୁଥିବା ବେଳେ ଆଗକୁ ବିଭିନ୍ନ ପର୍ବପର୍ବାଣୀରେ ପେଣ୍ଟିଂ ବସ୍ତ୍ର ପାଇଁ ଯୋଜନା ରଖ୍‌‌ିଛନ୍ତି। ଏହା ବ୍ୟତୀତ ବୋତଲ, ପ୍ଲେଟ୍‌‌, କପ୍‌‌, ଛତାକୁ ମଧ୍ୟ ବେଶ୍‌‌ ଆକର୍ଷଣୀୟ ଭାବେ ନୂଆରୂପ ଦେଉଛନ୍ତି।

About The Author: The Sakala