ଭୁବନେଶ୍ବର: ରାଜଧାନୀରେ ପ୍ରମେ ପାଇଁ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଦୁଃଖଦ ଘଟଣା ଘଟିଛି ବରମୁଣ୍ଡା ଦଳିତ ସାହିରେ। ଆତ୍ମହତ୍ୟା କରିଥିବା ଯୁବକଙ୍କ ରାହୁଲ ଗୋଚ୍ଛାୟତ। ବୟସ ୨୨ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ରାତି ୩ଟା ବେଳେ ଘଟିଛି ଏହି ଅଘଟଣ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲା। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବରମୁଣ୍ଡାରେ ଭଡାରେ ରହୁଥିଲେ ମୃତକଙ୍କ ପରିବାର।
ଏହାରି ମଧ୍ଯରେ ମୃତ୍ୟୁ ପୂର୍ବର ଶେଷ ଚାଟିଂ ହାତରେ ଲାଗିଛି। ପ୍ରାଥମିକ ଅନୁଧ୍ଯାନରେ ତ୍ରିକୋଣୀୟ ପ୍ରେମ ପାଇଁ ଯୁବକ ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସରକାରୀ ଚାକିରି କରି ନଥି ବାରୁ ମୃତ ଯୁବକଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଯୁବତୀ ଜଣଙ୍କ। ତେବେ ଉଭୟ ମନ୍ଦିରରେ ବାହା ହୋଇଥିଲେ ବୋଲି ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।