୨୧ ସୁଦ୍ଧା ସାରା ରାଜ୍ୟରେ ଗଡ଼ିବ ‘ଲକ୍ଷ୍ମୀ’

ଭୁବନେଶ୍ୱର : ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ ଲକ୍ଷ୍ମୀ ବସ୍‌ ସେବା। ୧୨ରୁ ୨୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିବେ। ସୂଚନା ଅନୁସାରେ ୧୨ ତାରିଖରେ ବରଗଡ଼, ବଲାଙ୍ଗିର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍‌ ସେବାର ଶୁଭାରମ୍ଭ କରିବେ। ସେହିପରି ୧୬ ତାରିଖରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ […]

ଭୁବନେଶ୍ୱର : ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ ଲକ୍ଷ୍ମୀ ବସ୍‌ ସେବା। ୧୨ରୁ ୨୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିବେ। ସୂଚନା ଅନୁସାରେ ୧୨ ତାରିଖରେ ବରଗଡ଼, ବଲାଙ୍ଗିର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍‌ ସେବାର ଶୁଭାରମ୍ଭ କରିବେ। ସେହିପରି ୧୬ ତାରିଖରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଗଡିବା ଆରମ୍ଭ କରିବ।

୧୯ ତାରିଖରେ ସମ୍ବଲପୁର, ସୋନପୁର, କଟକ, ଝାରସୁଗୁଡ଼ା ଓ କନ୍ଧମାଳରେ ଏବଂ ୨୧ ତାରିଖରେ ବାଲେଶ୍ୱର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ। ଗତ ଜାନୁଆରୀ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଢେ଼ଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଥିଲେ। ରାଜ୍ୟର ବହୁ ଜିଲ୍ଲାରେ ସଡ଼କ ପରିବହନ ବ୍ୟବସ୍ଥାର ଅଭାବ ରହିଥିବା ବେଳେ ତାହା ସାମାଜିକ ଓ ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରିଥିଲେ।

About The Author: The Sakala