ମାଟ୍ରିକ ପରୀକ୍ଷା ଦେଉଥିବାବେଳେ ଅଚେତ ହୋଇପଡ଼ିଲେ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

କୋରାପୁଟ: ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କ ମୃତ୍ଯୁ ଘଟିଛି। ମୃତ ଛାତ୍ର ଜଣଙ୍କ ଦାମନଯୋଡି ମାଥାଲପୁଟ ଅଞ୍ଚଳର କୁନା ପୂଜାରୀ। ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଆଜି ନାଲକୋ ଟାଉନ ସିପ ସ୍ଥିତ ଏସଭିଏମ ବିଦ୍ୟାଳୟ ଠାରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ହଠାତ୍ ଅଚେତ ହୋଇ ପଡିଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ନାଲକୋ ହସ୍ପିଟାଲରେ ଛାତ୍ର […]

କୋରାପୁଟ: ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କ ମୃତ୍ଯୁ ଘଟିଛି। ମୃତ ଛାତ୍ର ଜଣଙ୍କ ଦାମନଯୋଡି ମାଥାଲପୁଟ ଅଞ୍ଚଳର କୁନା ପୂଜାରୀ। ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଆଜି ନାଲକୋ ଟାଉନ ସିପ ସ୍ଥିତ ଏସଭିଏମ ବିଦ୍ୟାଳୟ ଠାରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ହଠାତ୍ ଅଚେତ ହୋଇ ପଡିଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ନାଲକୋ ହସ୍ପିଟାଲରେ ଛାତ୍ର ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣାର ଖବର ପାଇ ଦାମନଯୋଡି ପୁଲିସ ମେଡିକାଲ ପହଞ୍ଚି ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

 

About The Author: The Sakala