କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷଣା, ମରୁଡ଼ି ପରିବେଶରେ ବଞ୍ଚିବ କୋରାପୁଟ ମାଣ୍ଡିଆ

କୋରାପୁଟ: କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ଅଛି ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା ଦର୍ଶାଇଛନ୍ତି । ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ଗବେଷଣା କରି ସେ ଏହି ତଥ୍ୟ ଦର୍ଶାଇଛନ୍ତି। ଉକ୍ତ ଗବେଷଣାରୁ ଜଣାପଡିଛି ଯେ ୬ ପ୍ରକାରର ପାରମ୍ପରିକ ମାଣ୍ଡିଆ ଯଥା ଲଡୁ, ଲାଲା, ବାଟି, […]

କୋରାପୁଟ: କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ଅଛି ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା ଦର୍ଶାଇଛନ୍ତି । ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ଗବେଷଣା କରି ସେ ଏହି ତଥ୍ୟ ଦର୍ଶାଇଛନ୍ତି। ଉକ୍ତ ଗବେଷଣାରୁ ଜଣାପଡିଛି ଯେ ୬ ପ୍ରକାରର ପାରମ୍ପରିକ ମାଣ୍ଡିଆ ଯଥା ଲଡୁ, ଲାଲା, ବାଟି, ବିରି, ଟୁମୁକା ଓ ଭାଲୁ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି ଏବଂ ଏହି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ କରାଯାଇପାରିବ। ଏହି ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ ରହିଥିବା ପରୀକ୍ଷାରେ ଜଣାପଡିଛି। ଏହି ତଥ୍ୟଟି ନିକଟରେ ପ୍ଲାଣ୍ଟ ଫିଜିଓଲୋଜୀ ରିପୋର୍ଟ ଜର୍ଣ୍ଣାଲରେ ତାଙ୍କର ରିସର୍ଚ୍ଚ ସ୍କଲାର ଅଲୌକିକା ପଣ୍ଡା ଓ ସ୍ୱାମୀନାଥନ ଫାଉଣ୍ଡଡେସନର ବୈଜ୍ଞାନିକ ଡ. କାର୍ତ୍ତିକ ଚରଣ ଲେଙ୍କାଙ୍କ ସହ ମିଶି ସେ ପ୍ରକାଶ କରିଛନ୍ତି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ପାଇଁ ସହନଶୀଳ ମାଣ୍ଡିଆ ମରୁଡି ପ୍ରତିକୂଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ ବୋଲି ଡ.ପଣ୍ଡା ମତ ରଖିଛନ୍ତି । ଏହି ମାଣ୍ଡିଆର ସହନଶୀଳତା ଜିନକୁ ନେଇ ନୂତନ ମାଣ୍ଡିଆ ତିଆରି କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଏହି ବିରଳ ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଗଲା, ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।

About The Author: The Sakala