ମହାପ୍ରଭୁଙ୍କ ସେବାରେ ରାଉତପଡା ବୁଣାକାର, ଗୀତଗୋବିନ୍ଦ ପାଟରେ ଝଲସିବେ ଚତୁର୍ଦ୍ଧା ମୂରତୀ

ଖୋର୍ଦ୍ଧା: ଶ୍ରୀମନ୍ଦିରରେ ବାରମାସରେ ତେରଯାତ ଅନୁଷ୍ଠିତ ହୋଇଥାଏ। ଦୈନିକ ବିଭିନ୍ନ ରୀତିନୀତି ଏବଂ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଧାରଣ କରନ୍ତି। ବର୍ଷସାରା ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ, ରଥଯାତ୍ରା ଲାଗି ମହାପ୍ରଭୁଙ୍କ ସୂତା ଓ ପାଟ ବସ୍ତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ରାଉତପଡାର ବୁଣାକାରମାନେ ଯୋଗାଇ ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂତା ଓ ପାଟବସ୍ତ୍ର ଲାଗି ତାଲିକା ପାଇବା ପରେ ଏହି ବୁଣାକାରମାନେ ଏହି କାର୍ଯ୍ୟରେ ଲାଗିପଡନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ କାମ […]

ଖୋର୍ଦ୍ଧା: ଶ୍ରୀମନ୍ଦିରରେ ବାରମାସରେ ତେରଯାତ ଅନୁଷ୍ଠିତ ହୋଇଥାଏ। ଦୈନିକ ବିଭିନ୍ନ ରୀତିନୀତି ଏବଂ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଧାରଣ କରନ୍ତି। ବର୍ଷସାରା ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ, ରଥଯାତ୍ରା ଲାଗି ମହାପ୍ରଭୁଙ୍କ ସୂତା ଓ ପାଟ ବସ୍ତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ରାଉତପଡାର ବୁଣାକାରମାନେ ଯୋଗାଇ ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂତା ଓ ପାଟବସ୍ତ୍ର ଲାଗି ତାଲିକା ପାଇବା ପରେ ଏହି ବୁଣାକାରମାନେ ଏହି କାର୍ଯ୍ୟରେ ଲାଗିପଡନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ କାମ ଆରମ୍ଭ କରନ୍ତି। ସ୍ନାନଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ କରନ୍ତି। ପରେ ଏହି ପାଟବସ୍ତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଁଚାଇଥାନ୍ତି। ବର୍ତମାନ ସୁଦ୍ଧା କିଛି ଅଧାରୁ ଅଧିକ ବସ୍ତ୍ର ପ୍ରସ୍ତୁତି କାର୍ଯ୍ୟ ସରିଗଲାଣି। ଜୁନ୍‌ ୧୧ରେ ସ୍ନାନଯାତ୍ରା ଥିବାରୁ ଖୁବଶୀଘ୍ର ଏହାକୁ ପଠାଯିବ ଏବଂ ଅବଶିଷ୍ଟ ବସ୍ତ୍ରକୁ ରଥଯାତ୍ରା ପୂର୍ବରୁ ପହଁଚାଯିବ ବୋଲି ବରିଷ୍ଠ ବୁଣାକାର ଗୋପିନାଥ ଦାସ କହିଛନ୍ତି।

ରାଉତପଡା ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ବର୍ଷସାରା ଏଠି ହସ୍ତ୍ରତନ୍ତରେ ବିଭିନ୍ନ ପ୍ରକାର ଲୁଗା ଓ ପାଟବସ୍ତ୍ର ବୁଣନ୍ତି। ମହାପ୍ରଭୁଙ୍କ ଲାଗି ପାଟ ଓ ସୂତାଲୁଗା ଏଠାରୁ ଶ୍ରୀକ୍ଷେତ୍ରରୁ ଯାଉଥିବାରୁ ଏହି ଗ୍ରାମ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜକୁ ପ୍ରାୟ ୩୨ବର୍ଷ ହେବ ରାଉତପଡ଼ାର ୨୨ବୁଣାକାର ପରିବାର ପାରମ୍ପରିକଭାବେ ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପଣ କରିଆସୁଛନ୍ତି। ଗୋପିନାଥ କୁହନ୍ତି ବାପା ମଧୁସୁଦନ ଗତ ୧୯୯୩ ମସିହାରେ ମହାପ୍ରଭୁଙ୍କ ଏହି ଅନନ୍ୟ ସେବା ପାଇବାର ସୁଯୋଗ ପାଇଥିଲେ। ସେବେଠାରୁ କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣୀ ଲାଗି ସୂତା ଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି ଏହି ବୁଣାକାର ପରିବାର। ଏହି ସେବାରେ ଗୋପିନାଥଙ୍କ ପରିବାର ସମେତ ଗ୍ରାମର ୨୨ ପରିବାରର ସଦସ୍ୟ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ୧୯୯୬ ଓ ୨୦୧୫ ନବକଳେବର ଏବଂ ୨୦୨୦ ନାଗାର୍ଜୁନ ବେଶ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଥିବା ସେ କହିଛନ୍ତି। ଏହି ସେବାରେ ଗୋପିନାଥଙ୍କ ପରିବାର ସମେତ ଅନ୍ୟ ପରିବାର ସଦସ୍ୟମାନେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିଥିବାରୁ ଅପୂର୍ବ ଆନନ୍ଦ ମିଳେ ବୋଲି ଏମାନେ କୁହନ୍ତି।

ଚଳିତ ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ ଲେଖାଏଁ ଚେହେଲି ପାଟ ପ୍ରସ୍ତୁତ ହୋଇଛି। ପ୍ରତିବର୍ଷ ରଙ୍ଗ ବେରଙ୍ଗର ଗୀତାଗୋବିନ୍ଦ ପାଟବସ୍ତ୍ର ବୁଣାକାରମାନେ ପଠାଇଥାନ୍ତି। ଏଥିସହିତ ସାତବାର ଲାଗି ୭ପ୍ରକାର ଖଣ୍ଡୁଆ ପାଟ ପ୍ରସ୍ତୁତ କରାଯାଇଛି। ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ରହିଛି। ସେହିପରି ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୁତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ବସ୍ତ୍ର ପ୍ରସ୍ତୁତି ଚାଲିଛି। ଘୋଷଯାତ୍ରା ପାଇଁ ବୁଣାକାର ପରିବାରଙ୍କ ତନ୍ତକୁ ଏବେ ଫୁରସତ୍‌ ନାହିଁ। ପିଲାଠାରୁ ବୁଢ଼ା ଓ ମହିଳା ଯାଏଁ ସମସ୍ତେ ଦିନ ରାତି ଏକାଠି କରି ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ।

 

 

About The Author: The Sakala