୩୬କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ; ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ପୁଲିସ ଗୁରୁବାର ରାତିରେ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ନିକଟରୁ ଏକ କାର ଭିତରୁ ୩୬କେଜି ୫ଶହ ଗ୍ରାମ ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରିଛି। କାର ସହ ୨ଟି ଦାମୀ ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ସଦର ଥାନା ଅଞ୍ଚଳର ଦିଲୀପ ଦିଗାଲ ଓ ମିଥୁନ ଦିଗାଲ। ଜବତ ଗଞ୍ଜେଇ ର ମୂଲ୍ଯ ୨ଲକ୍ଷ ଟଙ୍କା ହେବ । ଗିରଫ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଶୁକ୍ରବାର […]

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ପୁଲିସ ଗୁରୁବାର ରାତିରେ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ନିକଟରୁ ଏକ କାର ଭିତରୁ ୩୬କେଜି ୫ଶହ ଗ୍ରାମ ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରିଛି। କାର ସହ ୨ଟି ଦାମୀ ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ସଦର ଥାନା ଅଞ୍ଚଳର ଦିଲୀପ ଦିଗାଲ ଓ ମିଥୁନ ଦିଗାଲ। ଜବତ ଗଞ୍ଜେଇ ର ମୂଲ୍ଯ ୨ଲକ୍ଷ ଟଙ୍କା ହେବ । ଗିରଫ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଶୁକ୍ରବାର ଜିଲା ଆରକ୍ଷୀ କାର୍ଯ୍ଯାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା କହିଛନ୍ତି।

ଏସପି ଦୋରାଙ୍କ ସୂଚନା ଅନୁଯାୟୀ, ଗୁରୁବାର ରାତିରେ କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଏକ ଫର୍ଡ ଆଇକନ ରେ(ନଂ ଓଡ଼ି.୦୨-ଏଡି-୮୮୩୩) ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଡିଏସପି ସୁଶିଲ ମିଶ୍ରଙ୍କ ନେତୃତ୍ବରେ ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ସମେତ ଏକ ଟିମ ଗଠନ କରାଯାଇଥିଲା। ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ପ୍ରଫୁଲ୍ଲ ପ୍ୟାଲେସ ନିକଟରେ ଚେକିଙ୍ଗ ବେଳେ କାର ଭିତରୁ ଗଞ୍ଜେଇ ପ୍ୟାକେଟ ବାହାରିଥିଲା। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଏହାକୁ ଜବତ କରିଥିଲା ଏନେଇ ଥାନାରେ ଦଫା ୨୦(ବି)(II)୨୯ ଏନଡିପିଏସ ଆକ୍ଟରେ ମାମଲା (ନଂ୨୬୪/୨୧) ରୁଜୁ ହୋଇଛି।

About The Author: The Sakala