ମାନସିକ ନିର୍ଯ୍ୟାତନା ସହିନପାରି ନାବାଳିକା ଛାତ୍ରୀର ଆତ୍ମହତ୍ୟା

ନାବାଳିକା ଛାତ୍ରୀ ର ଆତ୍ମହତ୍ୟା।ମୃତକ ଜଣଙ୍କ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ ୧୭ବର୍ଷ। ଇପସିତା +୨ ପ୍ରଥମ ବର୍ଷ ଛାତ୍ରୀ।ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଓ ତାର ଭାଇ ଓ ବାପା ମିଶି ଇପସିତାକୁ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏ ନେଇ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଇପସିତା ଓ ତାର ପରିବାର ଲୋକେ। ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ। ସମାଧାନ […]

ନାବାଳିକା ଛାତ୍ରୀ ର ଆତ୍ମହତ୍ୟା।ମୃତକ ଜଣଙ୍କ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ ୧୭ବର୍ଷ। ଇପସିତା +୨ ପ୍ରଥମ ବର୍ଷ ଛାତ୍ରୀ।ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଓ ତାର ଭାଇ ଓ ବାପା ମିଶି ଇପସିତାକୁ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏ ନେଇ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଇପସିତା ଓ ତାର ପରିବାର ଲୋକେ। ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ। ସମାଧାନ ପରେ ପରିବର୍ତ୍ତେ ବଢିଚାଲିଥିଲା ନିର୍ଯ୍ୟାତନା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ କରୁଥିଲେ ହଇରାଣ।

ଗତକାଲି ସଜତ ଶାହା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି

About The Author: The Sakala