ପାଗଳ କୁକୁର ଆତଙ୍କ, ୩ ଶିଶୁ ଗୁରୁତର

ଟାଙ୍ଗୀ: ପାଗଳ କୁକୁର ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳା ଯୋଡି ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି। ପାଗଳ କୁକୁର କାମୁଡାରେ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ୩ଜଣ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥାରେ ଉଦବେଗଜନକ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିା ସୂଚନା ଅନୁଯାୟୀ, ଗାଁରେ ଦଶହରା ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ହଠାତ ଏକ ପାଗଳା କୁକୁର ଗାଁ […]

ଟାଙ୍ଗୀ: ପାଗଳ କୁକୁର ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳା ଯୋଡି ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି। ପାଗଳ କୁକୁର କାମୁଡାରେ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ୩ଜଣ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥାରେ ଉଦବେଗଜନକ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିା

ସୂଚନା ଅନୁଯାୟୀ, ଗାଁରେ ଦଶହରା ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ହଠାତ ଏକ ପାଗଳା କୁକୁର ଗାଁ ଦାଣ୍ଡରେ ଖେଳୁଥିବା ୩ ଜଣ ଶିଶୁଙ୍କୁ ଆକ୍ରମଣ କରିଥିଲା । ପାଗଳ କୁକୁର ଆକ୍ରମଣରେ ଉକ୍ତ ୩ ଜଣ ଶିଶୁ ଗୁରୁତର ଆହତ ହୋଇଥିଲେ।

About The Author: The Sakala