ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବଡ଼ଦିନ ଓ ନୂତନ ବର୍ଷ ଉତ୍ସବ

ଭୁବନେଶ୍ବର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପରିସରରେ ବଡ଼ଦିନ ଏବଂ ଆଗାମୀ ନୂତନ ବର୍ଷର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ସେ ପିଲାମାନଙ୍କର ମଙ୍ଗଳ କାମନା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢିବା, ପିତାମାତା ଓ ସମସ୍ତ ଗୁରୁଜନଙ୍କୁ ସମ୍ମାନ ଦେବା ଏବଂ ମଞ୍ଜରୀ ଦେବୀ ବିଦ୍ୟାଳୟର ଜଣେ ଦକ୍ଷ ଛାତ୍ରଛାତ୍ରୀ ରୂପେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପଦେଶକୁ ପାଳନ କରି ଛାତ୍ରଛାତ୍ରୀମାନେ ନିଜକୁ ଯୋଗ୍ୟ ବିବେଚିତ କରିବା ପାଇଁ ପ୍ରତିଜ୍ଞା ଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ମନରେ ଆନନ୍ଦ, ସହଯୋଗ ଓ ସାମାଜିକ ଏକତାର ଭାବନା ସୃଷ୍ଟି କରିବାରେ ସହାୟକ ହୋଇଥିଲା।

About The Author: Sakala Desk