ପୋଲ ଉପରେ ଚାଲୁଛି ୩ ଫୁଟର ପାଣି, ଦଉଡି ସାହାଯ୍ୟରେ ଲୋକଙ୍କୁ ରାସ୍ତା ପାର କରାଉଛନ୍ତି ଅଗ୍ନିଶମ କର୍ମଚାରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ନାଳ ପଳରେ ୩ ଫୁଟର ପାଣି ଚାଲୁଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାଘାତ ହୋଇଛି। ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏକ ଦଉଡି ସାହାଯ୍ୟ ରେ ରାସ୍ତା ପାରି ହେଉଛନ୍ତି ଲୋକେ । ଗତ ଦୁଇଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ହରିଚନ୍ଦନପୁର-ଦୈତାରୀ ପୁର୍ତ୍ତ ବିଭାଗ ରାସ୍ତାର ଠାକୁରପଡା ବଡ଼ ଶିଆଳିମାଳ ମଝିରେ ଥିବା ରେମାଳ ନାଳ ଘୋଷଡା ପୋଲ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ନାଳ ପଳରେ ୩ ଫୁଟର ପାଣି ଚାଲୁଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାଘାତ ହୋଇଛି। ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏକ ଦଉଡି ସାହାଯ୍ୟ ରେ ରାସ୍ତା ପାରି ହେଉଛନ୍ତି ଲୋକେ । ଗତ ଦୁଇଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ହରିଚନ୍ଦନପୁର-ଦୈତାରୀ ପୁର୍ତ୍ତ ବିଭାଗ ରାସ୍ତାର ଠାକୁରପଡା ବଡ଼ ଶିଆଳିମାଳ ମଝିରେ ଥିବା ରେମାଳ ନାଳ ଘୋଷଡା ପୋଲ ଉପରେ ତିନି ଫୁଟ ଉଚ୍ଚ ର ପାଣି ଚାଲୁଛି।

ଫଳରେ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବ୍ୟାଘାତ ହୋଇଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଏକ ଦଉଡ଼ି ସାହାଯ୍ୟରେ ଜରୁରୀ କାମରେ ଯାଉଥିବା ଲୋକଙ୍କୁ ରାସ୍ତା ପାରି କରୁଛନ୍ତି। ସନ୍ଧ୍ୟା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଏଠାରେ ପାଣି ଅଧିକ ଚାଲିବାର ସମ୍ଭାବନା ରହିଛି। ରାତ୍ରି ସମୟରେ ଏହି ରାସ୍ତାରେ ଗାଡି ମୋଟର ଚଳାଚଳ ବିପଦ ପୂର୍ଣ୍ଣ ହୋଇଥିବାବେଳେ ପ୍ରଶାସନ ଏଥିପ୍ରତି ସତର୍କ ରହିଛି।

About The Author: The Sakala