କେନ୍ଦୁଝର ବନଖଣ୍ଡରେ ପୁଣି ଏକ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାତୀର ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ଗତ ୬ ତାରିଖ ହାତୀ -ହାତୀ ଲଢେଇ ସମୟରେ ଏହି ମାଇହାତୀଟି ଥିଲାବୋଲି ବନ ବିଭାଗ ଅନୁମାନ କରୁଛି। ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଭୂୟାଁ ଜୁଆଙ୍ଗ ପୀଢ ଚମ୍ପେଇ ନୀକଟସ୍ଥ ସାରୁକୁଦର ଠାରେ ଏକ ମାଇହାତୀର ମୃତଦେହ ପଡ଼ିଥିବା ଲୋକେ ଦେଖିବାପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ […]

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାତୀର ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ଗତ ୬ ତାରିଖ ହାତୀ -ହାତୀ ଲଢେଇ ସମୟରେ ଏହି ମାଇହାତୀଟି ଥିଲାବୋଲି ବନ ବିଭାଗ ଅନୁମାନ କରୁଛି। ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଭୂୟାଁ ଜୁଆଙ୍ଗ ପୀଢ ଚମ୍ପେଇ ନୀକଟସ୍ଥ ସାରୁକୁଦର ଠାରେ ଏକ ମାଇହାତୀର ମୃତଦେହ ପଡ଼ିଥିବା ଲୋକେ ଦେଖିବାପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଥିବା କେନ୍ଦୁଝର ଡିଏଫଓ ଅଜିତ କୁମାର ଶତପଥି ପ୍ରକାଶ କରିଛନ୍ତି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡ଼ିନି।

ପ୍ରକାଶ ଯୋଗ୍ୟ ଯେ, ଗତ ୬ ତାରିଖ ରାତ୍ରିରେ ୬ ଟିକିଆ ହାତୀପଲ ଏହି ଅଞ୍ଚଳରେ ବୁଲାବୁଲୁ କରୁଥିଲେ। ହାତୀ ହାତୀ ମଧ୍ୟରେ ଲଢେଇରେ ଗୋଟିଏ ମାଇ ହାତୀର ମୃତ୍ୟୁ ହୋଇଥିଲା। ଉକ୍ତ ହାତୀଟି ମଧ୍ୟ ଲଢେଇରେ ଥିଲାବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ହାତୀ ଦୁଇଟିର ମୃତ୍ୟୁର କାରଣ ଅଲଗା ହୋଇଥାଇପାରେ ବୋଲି ଲୋକେ କହୁଛନ୍ତି। ଗତ ମାସକ ମଧ୍ୟରେ କେନ୍ଦୁଝର ବନ ଖଣ୍ଡରେ ୪ ହାତୀର ମୃତ୍ୟୁ ହୋଇସାରିଲାଣି। ସେପଟେ ସାହାରପଡ଼ା ନୀକଟସ୍ଥ ପୁରୁଣାପାଣି ଗାଁ ପାଖରେ ୨୫ ଟିକିଆ ଝାରଖଣ୍ଡି ହାତୀ କେନ୍ଦୁଝରରେ ପଶିବା ପାଇଁ ନଦୀ କୂଳରେ ଡେରା ପାକାଇଥିବା ଜଣାପଡ଼ିଛି।

About The Author: The Sakala