ଚୋରା ବାଲି ଚାଲାଣ ବେଳେ ଚଢ଼ାଉ, ହାଇୱା ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିକଟରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି ପାଟଣା ତହସିଲ ପ୍ରଶାସନ। ଏଥିସହ ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ଥିବା କାଗଜପତ୍ର ନ ଥିବାରୁ ହାଇୱା ମାଲିକକୁ ୩୦ ହଜାର ୫୨୦ ଟଙ୍କା ଜରିମାନା କରାଯାଇଛି। ଚଢ଼ାଉ ସମୟରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାୟକଏବଂ ରାଜସ୍ବ ନିରୀକ୍ଷକ […]

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିକଟରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି ପାଟଣା ତହସିଲ ପ୍ରଶାସନ। ଏଥିସହ ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ଥିବା କାଗଜପତ୍ର ନ ଥିବାରୁ ହାଇୱା ମାଲିକକୁ ୩୦ ହଜାର ୫୨୦ ଟଙ୍କା ଜରିମାନା କରାଯାଇଛି। ଚଢ଼ାଉ ସମୟରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାୟକଏବଂ ରାଜସ୍ବ ନିରୀକ୍ଷକ ସ୍ମୃତି ରଞ୍ଜନ ଧୀର ପ୍ରମୁଖ ସାମିଲ ଥିଲେ।

About The Author: The Sakala