କେନ୍ଦୁଝର: ଘଷିପୁରା ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ଜଜ କୋର୍ଟ ଜଣକୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ଜଣକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ଅନୁସାରେ,, ଗତ ୧୨/୧୦/୨୦୧୯ ରେ ଘଷିପୁରା ଥାନା ଯୁଗଲକିଶୋରପୁର ଗାଁରେ ଫୁଟବଲ ମ୍ୟାଚ ହେଉଥିଲା। ସେଠାରେ ପିଡିତା ନାବାଳିକା ର ବାପା ଜଳଖିଆ ଦୋକାନ କରିଥିଲେ। ପିଡିତା ଜଣକ ଦୋକାନରେ ବାପାକୁ ସାହାଯ୍ୟ କରୁଥିଲେ। ସନ୍ଧ୍ୟା ୭ଟା ବେଳେ ପିଡିତା କିଛି ଜିନିଷ ଧରି ଘରକୁ ଯାଉଥିଲେ। ଏତିକି ବେଳେ ବାଟରେ ଓସ୍ତାପୁରା ଗ୍ରାମର ଈଶ୍ୱର ଲୋହାର(୨୧) ଏବଂ ଆଉଜଣେ ୧୭ ବର୍ଷ ବୟସ୍କ ନାବାଳକ ପିଡିତାଙ୍କୁ ଟେକିନେଇ ନିକଟସ୍ଥ ହୁଡ଼ିରେ ଦୁଷ୍କର୍ମ କରିଥିଲେ।
ନାବାଳିକା ଏ ବାବଦରେ ଘର ଲୋକକୁ କହିବା ପରେ ପରିବାର ତରଫରୁ ଘଷିପୁରା ଥାନରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଘଷିପୁରା ଥାନା କେଶ ନଂ ୧୯୨ ତା-୧୩/୧୦/୨୦୧୯ ରେ ମାମଲା ରୁଜ୍ଜ ହୋଇ ଅଭିଯୁକ୍ତ ଦୁଇ ଜଣକୁ ଗିରଫ କରାଯାଇଥିଲା। ଏହି ମାମଲାରେ ୨୬ ଜଣ ସାକ୍ଷୀ ବୟାନକୁ ଭିତ୍ତିକରି ମଙ୍ଗଳବାର କେନ୍ଦୁଝର ଅତିରକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସ ଜଜ ଲୋକନାଥ ସାହୁ ଅଭିଯୁକ୍ତ ଈଶ୍ୱର ଲୋହାରଙ୍କୁ ଆଜୀବନ କାରାଦଣ୍ଡ,୫୦୦୦୦ ଜୋରିମାନା, ଅନାଦେୟ ୧ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସମୟରେ ନାବାଳକ ଥିବାରୁ ତାକୁ ୨୦ ବର୍ଷ ଜେଲ , ୫୦୦୦୦ ହଜାର ଜୋରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡାଦେଶ ହୋଇଛି। ଏଥି ସହିତ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର କେଶ ପରିଚାଳନା କରୁଥିଲେ ବୋଲି ଜଣାପଡିଛି।